ଭଞ୍ଜନଗର ଠାକୁରାଣୀ ଯାତ୍ରା ଦର୍ଶନ କରିଲେ ଗଞ୍ଜାମ ଏସପି ଶୁଭେନ୍ଦୁ

ଭଞ୍ଜନଗର ୦୯/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଦର୍ଶନ କରିଲେ ଗଞ୍ଜାମ ଏସ ପି ଶୁଭେନ୍ଦୁ କୁମାର ପାତ୍ର। ଗତକାଲି ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଭଞ୍ଜନଗର ରେ ପହଞ୍ଚିବା ପରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶ୍ରୀ ପାତ୍ର ଙ୍କୁ ମାଆ ବ୍ୟାଘ୍ରଦେବୀ ଓ ମାଆ ଠାକୁରାଣୀ ଙ୍କ ଅସ୍ଥାୟୀ ଗମ୍ଭୀରା ପାଖକୁ ଯାଇ ଆଳତୀ ଦର୍ଶନ କରିବା ସହ ଉଭୟ ମାଆ ଙ୍କ ଆଶୀର୍ବାଦ ଲାଭ କରିଥିଲେ। ତା ପରେ କବିସମ୍ରାଟ ରଙ୍ଗମଞ୍ଚ ରେ ମୁଖ୍ୟ ଅତିଥି ଭାବେ ଦୀପ ପ୍ରଜ୍ୱଳନ କରି ସଂଗୀତ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଏହି ସମୟରେ ତନରଡ଼ା ଅଷ୍ଟମ ବାଟାଲିୟନ ର ଦୁର୍ଗପତି ସୁଧାକର ମିଶ୍ର, ଅତିରିକ୍ତ ଏସପି ରଞ୍ଜନ କୁମାର ଦେ, ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଏସଡିପିଓ ଡ଼. ଦୀପକ କୁମାର ମିଶ୍ର, ଥାନାଧିକାରୀ ଜୀବନାନନ୍ଦ ଜେନା ଏସଆଈ ସମୀର କୁମାର ସେଠି, ଲକ୍ଷ୍ମୀଧର ମାହାନ୍ତି, ଜ୍ୟୋସ୍ନାମୟୀ ସାହୁ, ଏଏସ ଆଈ ବିଦେଶୀ ବେହେରା ଶରତଚନ୍ଦ୍ର ପଣ୍ଡା, ରୁଦ୍ରପ୍ରସାଦ କହଁର, ସତ୍ୟନାରାୟଣ ମଲ୍ଲିକ, ହାବିଲଦାର ଦିଲ୍ଲୀପ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।କବିସମ୍ରାଟ ରଙ୍ଗମଞ୍ଚ କୁ ଯାତ୍ରା କମିଟିର କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ନାୟକ ଏସପି ଶୁଭେନ୍ଦୁ ପାତ୍ର ଙ୍କୁ ପାଛୋଟି ନେଇଥିଲେ । ଶେଷରେ ସମ୍ବଲପୁରୀ ନୃତ୍ୟ ଶିଳ୍ପୀ ଙ୍କୁ ଭଞ୍ଜନଗର ପୌର ପରିଷଦ ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ପୁରସ୍କୃତ କରିଥିଲେ ।