ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜଗନ୍ନାଥ ପ୍ରସାଦ :୧୧/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଜଗନ୍ନାଥ ପ୍ରସାଦ ବ୍ଳକ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ସାଧାରଣ ଲୋକମାନେ ନିଜ ନିଜ ସମସ୍ୟା ଓ ଅଭିଯୋଗ ଗୁଡିକୁ ସିଧାସଳଖ ଭାବେ ଜିଲ୍ଲା ପ୍ରଶାସନଙ୍କ ନଜରକୁ ଆଣିଥିଲେ l ଆଜିର ଶିବିରରେ ମୋଟ ୧୫୧ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୧୪୬ଟି ବ୍ୟକ୍ତିଗତ ଏବଂ ୫ଟି ସାମୁହିକ ଅଭିଯୋଗ ଥିଲା l ରେଡ଼କ୍ରସ ପାଣ୍ଠିରୁ ମଞ୍ଜୁ ପ୍ରଧାନ ଓ କମଳା ପ୍ରଧାନଙ୍କୁ ୫ହଜାର ଲେଖାଏଁ ଦିଆଯାଇଥିଲା l
ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ର ଗୁଡିକର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ l ବିଭିର୍ଣ୍ଣ ଗାଁରୁ ଆସିଥିବା ଲୋକମାନେ ନିଜ ନିଜ ସମସ୍ୟା ଉପସ୍ଥାପନା କରିଥିଲେ l ବିଜ୍ଞାପିତ ଅଞ୍ଚଳ କଇଥସାହିରେ ଥିବା ଦୀର୍ଘ ଦିନର ସମସ୍ୟା ସ୍ଥାୟୀ ସ୍ମଶାନ ଘାଟ ତିଆରି ସମାଧାନ ପାଇଁ ସାମ୍ବାଦିକ ଧବଳେଶ୍ୱର ବେହେରା ଅଭିଯୋଗ ପତ୍ର ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନାଙ୍କୁ ଦେଇଥିଲେ l ତୁରନ୍ତ ସମାଧାନ ପାଇଁ ସ୍ଥାନୀୟ ବିଡିଓ ଶ୍ରୀ ମଲ୍ଲିକଙ୍କୁ ନିର୍ଦେଶ ଦେଇଥିଲେ l ଜିଲ୍ଲାପାଳ ସମସ୍ତ ଅଭିଯୋଗ ଶୁଣିବା ପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଧିଷ୍ଟ ସମୟସିମା ମଧ୍ୟରେ ସେଗୁଡିକ ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ l
ଏହି ଶିବିରରେ ଜିଲ୍ଲାପାଳ କ୍ରିତିଭାଷଣ.ଭି,ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର,ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ଦୀପକ କୁମାର ଜେନା, ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନ୍ମଥ ନାଥ ମଲ୍ଲିକ, ତହସିଲଦାର ଅଶୋକ କୁମାର ମୁଦୁଲି, ଜିଲ୍ଲା ପଂଚାୟତ ଅଧିକାରୀ ପ୍ରହ୍ଲାଦ ପ୍ରଧାନ ସମେତ ବିଭିର୍ଣ୍ଣ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l