ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ପରଲୋକ

ଭଞ୍ଜନଗର ୧୨/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର କଳିଙ୍ଗନଗର ସାହି ଦ୍ବିତୀୟ ଲାଇନ ବାସିନ୍ଦା ଅବସରପ୍ରାପ୍ତ ପୁଲିସ ଅଧିକାରୀ ରାଜେନ୍ଦ୍ର ପଣ୍ଡାଙ୍କ (୬୪) ଗତକାଲି ରାତିରେ ହୃଦ୍‌ଘାତରେ ପରଲୋକ ଘଟିଛି| ସେ ଭଞ୍ଜନଗର କୋର୍ଟରେ ଏସ୍‌ଆଇ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ। ପୂର୍ବରୁ ବୁଗୁଡ଼ା କୋର୍ଟ, ଗାଙ୍ଗପୁର ଥାନା ଓ ପୋଲସରା ଥାନାରେ କାର୍ଯ୍ୟରତ ଥିଲେ। ତାଙ୍କ ବିୟୋଗରେ ଭଞ୍ଜନଗର, ଗାଙ୍ଗପୁର ଓ ବୁଗୁଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ପୁଅ ଦେବାଶିଷ, ବୋହୂ, ଝିଅ ଝରଣା, ଜ୍ବାଇଁ, ନାତିନାତୁଣୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ। ନିଜ ଗ୍ରାମ ଧୂଆଁଛାଇ ଶ୍ମଶାନରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ କରାଯାଇଥିଲା। ପୁଅ ଦେବାଶିଷ ମୁଖାଗ୍ନି ଦେଇଥିଲେ | ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ଗଞ୍ଜାମ ଜିଲ୍ଲା ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ ଓ ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସମ୍ପାଦକ ସୁବଳ ଭୂୟାଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକଟ କରିଛନ୍ତି ।