ରାସ୍ତା କଡରେ ଜମୁଛି ତାଳସଜ ବେପାର

ବୁଗୁଡ଼ା,୧୩/୦୫(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ସହର ଏବଂ ଏହାର ଆଖପାଖ କେତେକ ଅଞ୍ଚଳରେ ଏଇ କିଛି ଦିନ ହେଲା ତାପମାତ୍ରାର ହ୍ରାସବୃଦ୍ଧି ଘଟୁଥିଲେ ହେଁ ଗରମ ଓ ଗୁଳୁଗୁଳିରୁ ନିସ୍ତାର ମିଳୁନଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଅସହ୍ଯ ଟାଣ ଖରାରୁ ରକ୍ଷା ପାଇବା ପାଇଁ ଅଞ୍ଚଳବାସୀ ଓ ରାସ୍ତାରେ ଯାତାୟାତ କରୁଥିବା ଲୋକ ମାନେ ନାନା ଉପାୟ ଅବଲମ୍ବନ କରୁଛନ୍ତି। ସେହି ଅନୁସାରେ ଲୋକଙ୍କ ଲୋକଙ୍କ ଖାଇବା ଓ ପିଇବାରେ ଚାହିଦାରେ ମଧ୍ୟ କିଛିଟା ପରିବର୍ତ୍ତନ ଘଟିଛି । ଲୋକେ ପେଟ ଥଣ୍ଡା ରଖୁଥ‌ିବା ଖାଦ୍ୟ ସାମଗ୍ରୀ ଖାଇବାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ରାସ୍ତାକଡରେ ପସରା ମେଲାଇ ବସିଥୁବା ତାଳସଜ ବେପାରୀଙ୍କ ନିକଟରେ ଲୋକମାନେ ଭିଡ ଜମାଉଥିବାର ଦେଖୁବାକୁ ମିଳୁଛି। ପେଟ ଥଣ୍ଡା ରଖୁବା ପାଇଁ ଲୋକେ ତାଳସଜ ଖାଇବା ପ୍ରତି ଅଧିକ ଆକୃଷ୍ଟ ହେଉଥ‌ିବା ପରିଲକ୍ଷିତ ହେଉଛି । ଲୋକଙ୍କ ଚାହିଦା ମୁତାବକ ରାସ୍ତା କଡରେ ତାଳସଜ ବେପାର ମଧ୍ୟ ଖୁବ୍ ଜମୁଛି ତାଳ ଗୋଟା ୧୦ ରୁ ୧୫ ଟଙ୍କାରେ ବିକ୍ରି ହେଉଛି । ତେଣୁ, ତାଳସଜ ବେପାରୀ ଭଲ ଲାଭ ପାଇ ଉତ୍ସାହିତ ଥିବା ଦେଖୁବାକୁ ମିଳୁଛି।