ପାନୀୟଜଳ ସମସ୍ୟା ସମାଧାନ ନେଇ ଆଲୋଚନା

ସିନାପାଲି,୧୩।୫(ପରମେଶ୍ୱର ମେହେର ): ସିନାପାଲି ବ୍ଲକ ସଭାଗୃହରେ ବୃକଅଧ୍ଯକ୍ଷା ମାଧୁରୀ ମାଝିଙ୍କ ଅଧ୍ଯକ୍ଷତାରେ ପଞ୍ଚାୟତ ସମିତି ବୈଠକ ହୋଇଯାଇଛି। ବୈଠକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇ ଥିଲା।ମୁଖ୍ୟତଃ ପାନୀୟଜଳ ସମସ୍ୟା ଉପରେ ବିଶେଷ ଆଲୋଚନା କରାଯାଇଥିଲା।ବିଗତବର୍ଷ ଗ୍ରୀଷ୍ମଋତୁରେ ଆବଶ୍ୟକ ସ୍ଥଳେ ନଳକୂପ ଖନନ କରାଯାଇ ପାନୀୟଜଳ ସମସ୍ୟାକୁ ସ୍ବାଭାବିକ କରାଯାଇଥିଲା। ହେଲେ ଚଳିତ ବର୍ଷ ଅତ୍ୟାବଶ୍ୟକ ସ୍ଥଳେ ମଧ୍ଯ ନଳକୂପ ଖନନ କରାଯାଇ ପାରିନାହିଁ । ଏନେଇ
ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ହେଲେ ପାନୀୟ ଜଳ ସମସ୍ୟା ନେଇ ବିଭାଗ ତଥା ପ୍ରଶାସନ ତପ୍ରତା ସହ କାର୍ଯ୍ୟ କରିଥିବା ପ୍ରକାଶ ପାଇଥୁଲା। ତଥାପି ବିଭିନ୍ନ ଗାଁରେ ପାନୀୟ ଜଳ ସମସ୍ୟା ଦେଖାଦେଇଥିବା ବେଳେ ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିଲା। ବୈଠକରେ ଖଡ଼ିଆଳ ବିଧାୟକ ଅଧୂରାଜ ମୋହନ ପାଣିଗ୍ରାହୀ, ବିଡିଓ କାର୍ମି ଓରାମ, ଉପାଧ୍ଯକ୍ଷା ମୀନା ଘିଭେଲା, ଜିଲ୍ଲାପରିଷଦ ସଦସ୍ୟା ଆଶା ଜୈନ, ପୁଷ୍ପାଞ୍ଜଳି ଗୁଆଲ, ଯଜ୍ଞସେନୀ କଟା, ସାଂସଦ ପ୍ରତିନିଧୁ ପୁସ୍ତମ ମଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ତଥା ବିଭିନ୍ନ ବିଭାଗୀୟ ଅଧୂକାରୀ ଉପସ୍ଥିତ ଥିଲେ।