ମାନସିକ ଚାପ ସହ୍ୟ ନ କରିପାରି ଯବାନ କଲେ ଆତ୍ମହତ୍ୟା!

ଭଞ୍ଜନଗର ୧୩/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଛରେ ରଶି ଲଗାଇ ଝୁଲି ପଡ଼ିଲେ ଯବାନ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ବେଲଗୁଣ୍ଠା ଥାନା ତନରଡ଼ା ଅଷ୍ଟମ ଆଇଆରବି ବାଟାଲିୟନର ହାବିଲଦାର ଙ୍କ ଗଛରେ ରଶି ଲଗାଇ ଆତ୍ମହତ୍ୟା ।ମୃତ ଯବାନ ଜଣକ ହେଲେ ବାଲୁଗାଁ ଥାନା ଚନ୍ଦ୍ର ପୁଟ ଗାଁର ଦେବାଶିଷ୍ ବେହେରା । କୁରୁଳେଇ ରାସ୍ତା କଡ଼ରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ପୋଲିସ୍ କୁ ଖବର ଦଇଥିଲେ ସ୍ଥାନୀୟ ଲୋକେ। ପୋଲିସ୍ ମୃତଦେହକୁ ଜବତ କରି ଭଞ୍ଜନଗର ମେଡିକାଲକୁ ବ୍ୟବଚ୍ଛେଦ ପଠାଇଛି ।ମୃତ ଯବାନଙ୍କ ଶରୀରକୁ ବାଟଲିୟନ୍ କୁ ଅଣାଯାଇ ସେଠାରେ ଶେଷ ସମ୍ମାନ ଜଣାଇଥିଲେ ଅନ୍ୟ ଯବାନ ମାନେ।ଅତ୍ୟଧିକ ଋଣଭାର ସହି ନପାରି ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।