ଟାଙ୍ଗୀ ପୋଲିସର ନୀରବତା ପଛର କାରଣ କଣ

ଚୌଦ୍ୱାର (ଶିବବ୍ରତ ଦାସ )ବିଭିର୍ଣ୍ଣ ସମୟରେ ଦେଖାଯାଇଥାଏ ପୋଲିସ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ନେବାରେ ବିଚିତ୍ର ନିୟମ ଯାହା ସାଧାରଣ ଜନତାଙ୍କ ଠାରେ ସଂଗେ ସଂଗେ ଓ ରାଜନେତାଙ୍କ କ୍ଷେତ୍ରରେ କୋହଳ ମନୋଭାବ. ଯାହା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଥାନାରେ. ଦୁଇଦିନ ହେବ ସମସ୍ତ ଗଣମାଧ୍ୟମର ଶିରୋନାମା ପାଲଟିଛି ଦୁଇ ବିଜେପି ନେତା ଟାଙ୍ଗୀ ଚୌଦ୍ୱାର ବ୍ଲକରେ ନିଜ ସମର୍ଥକଙ୍କ ମାଧ୍ୟମରେ ଗୁଣ୍ଡାରାଜ ଓ ସରକାରୀ କର୍ମଚାରୀଙ୍କୁ ଧମକ ପୂର୍ଣ୍ଣ କଥାବାର୍ତା ତାହା ମଧ୍ୟ ଟାଙ୍ଗୀ ପୋଲିସର ଉପସ୍ଥିତିରେ. ଟାଙ୍ଗୀ ସାଲେପୁର ଓ ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀରୁ ଗତ ନିର୍ବାଚନରେ ଶାସକ ବିଜେପିର ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ଅରିନ୍ଦମ ରାୟ ଓ ଅଭୟ ବାରିକ. କିନ୍ତୁ ବ୍ଲକ ପରିସରରେ ଭଙ୍ଗାରୁଜା କରିବା ସହିତ ନିଜ ସମର୍ଥକଙ୍କ ସାମନାରେ ସରକାରୀ କର୍ମଚାରୀଙ୍କୁ ଆଙ୍ଗୁଠି ଦେଖାଇ ଧମକ ଦେବା ଘଟଣାରେ ଏବିଡ଼ିଓ ଓ ବିଜେଡି ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଦୁଇ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନିରବ ହୋଇ ରହିଛି ଟାଙ୍ଗୀ ପୋଲିସ କାରଣ କଣ ସେମାନେ ଶାସକ ଦଳର ନେତା. ତେବେ ଟାଙ୍ଗୀ ପୋଲିସର ଏହି ନୀରବତା ସୂଚାଉଛି କି ଯେଉଁ କାଣ୍ଡ ଘଟିଗଲା ବ୍ଲକ ପରିସରରେ ସେ ବିଷୟରେ ପୂର୍ବରୁ ସୂଚନା ପାଇସାରିଥିଲେ ତେଣୁ ସମ୍ପୂର୍ଣ ଚୁପ ରହିଛନ୍ତି ଯାହା ଆଗାମୀ ଦିନରେ ପୋଲିସ ପ୍ରତି ଅଙ୍ଗୁଳି ନିର୍ଦେଶ କରିବ.