
ସୋରଡ଼ା ୧୭/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): କୁନି କୁନି ପିଲାମାନଙ୍କ ସହ କିଶୋରୀ ବାଳିକା ମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ପୃଷ୍ଟିକର ଖାଦ୍ୟ ଯୋଗାଉଛନ୍ତି ସରକାର ।ଏଥି ପାଇଁ ସରକାର ରାଜକୋଷରୁ ପୁଳା ପୁଳା ଟଙ୍କା ମଧ୍ୟ୍ୟ ଖର୍ଚ୍ଚ କରୁଛନ୍ତି l କିନ୍ତୁ କିଛି କର୍ମଚାରୀଙ୍କ ଅବହେଳା ଓ ମନମାନି ପାଇଁ ପିଲାମାନଙ୍କୁ ଏ ସବୁଥିରୁ ବଞ୍ଚିତ ହେବାକୁ ପଡୁଛି l ଆସନ୍ତୁ ଦେଖିବା କେଉଁଭଳି ଭାବରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ଜୀବନ ସହିତ ଖେଳୁଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ସୁନାଖଣ୍ଡି ଗ୍ରାମର ଅଙ୍ଗନବାଡି କର୍ମୀ ।
ସରକାର କୁନି କୁନି ପିଲାମାନଙ୍କ ପାଇଁ ଓ କିଶୋରୀ ବାଳିକା ମାନଙ୍କ ପାଇଁ ପୁଳା ପୁଳା ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ୍ୟ ତାହା ପିଲାମାନଙ୍କ କାମରେ ଆସୁନାହିଁ l କର୍ମଚାରିଙ୍କ ଅବହେଳା ପାଇଁ ପିଲାମାନଙ୍କୁ ପୃଷ୍ଟିକର ଖାଦ୍ୟ ମିଳିବା ତ ଦୁରର କଥା ମିଳୁଛି ପଚା ଅଣ୍ଡା ସାଙ୍ଗକୁ ପୋକ ସାଲୁ ବାଲୁ ଚାଉଳ । ଥରେ ନଜର ପକାଇ ଦେଖନ୍ତୁ ଏହି ଦୃଶ୍ୟଟିକୁ କେଉଁଭଳି ଭାବରେ ପିଲାମାନଙ୍କୁ ଏ ପଚା ଅଣ୍ଡା ଦିଆଯାଉଛି l ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପିଲାମାନଙ୍କ ଅଭିଭାବକ ଓ ଗ୍ରାମବାସୀ l ଅଣ୍ଡା ପଚି ସଢ଼ି ସେଥିରେ ଦୁର୍ଗନ୍ଧ ମଧ୍ୟ ବାହାରୁଚି । କେବଳ ଗୋଟେ ଅଣ୍ଡା ନୁହ ଯେତେ ଅଣ୍ଡା ଅଛି ଗୋଟି ଗୋଟି କରି ଭାଙ୍ଗିଲେ ମଧ୍ୟ ସବୁଥିରେ ସେହି କଥା ।
ଶୁଣନ୍ତୁ କଣ କହୁଛନ୍ତି ଅଭିଯୋଗକାରୀ ଗ୍ରାମବାସୀ
ହେଲେ ଏହି ଭଳି ଅବ୍ୟବସ୍ଥା କୁ ନେଇ ଗ୍ରାମବାସୀ ଉତ୍ୟକ୍ତ ହୋଇ ଅଙ୍ଗନବାଡି କର୍ମୀଙ୍କ ସହ ଯୁକ୍ତି କରିଥିଲେ କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା ପିଲାଙ୍କୁ ମିଳୁଥିବା ପଚା ଅଣ୍ଡା ଓ ପୋକଡା ଚାଉଳ ପାଇଁ ଉପରସ୍ଥ ଅଧିକାରୀ ଦାୟୀ ବୋଲି ଅଙ୍ଗନବାଡି କର୍ମୀ କ୍ୟାମେରା ସାମ୍ନାରେ କହିଛନ୍ତି l ପୋକଡା ଚାଉଳ ତାଙ୍କ ସେଣ୍ଟରକୁ ଆସିଥିଲା ତେଣୁ ସେହି ଚାଉଳକୁ ସେ ବାଣ୍ଟିଥିଲେ l
ହେଲେ ଏହି ଘଟଣା କୁ ନେଇ ଆମେ ଯେତେ ବେଳେ ସିଡ଼ିପିଓ ଙ୍କ ନିକଟ ରେ ପହଞ୍ଚି ଥିଲୁ ସେ ଏହି ବିଷୟରେ ତଦନ୍ତ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।