
ଚୌଦ୍ୱାର (ଶିବବ୍ରତ ଦାସ )- କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ପରିସରରେ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ଭିସି ମାଧ୍ୟମରେ ଏକ ନୂତନ ଜେ.ଏମ.ଏଫ.ସି କୋର୍ଟ ଗୃହର ଶୁଭ ଉଦଘାଟନ ହୋଇଯାଇଛି l ଓଡିଶା ସରକାର ସଦା ସର୍ବଦା ନ୍ୟାୟ ପାଳିକା ଉପରେ ଗୁରୁତ୍ୱ ଦେଉଥିବା ବେଳେ ବ୍ୟକ୍ତି ମାନଙ୍କୁ କିପରି ଭାବେ ନ୍ୟାୟ ପ୍ରଦାନ କରାଯାଇପାରିବ ତାହା ଚେଷ୍ଟା କରିଆସୁଥିଲେ l ଯାହାକି ଆଜି ଟାଙ୍ଗୀ ଚୌଦ୍ୱାର ବ୍ଲକ ରେ ସଫଳ ହୋଇଛି l ଏହି କୋର୍ଟ ରେ ଉଭୟ ଟାଙ୍ଗୀ ଓ ଚୌଦ୍ୱାର ଥାନାରେ ଗୃହୀତ ହେଉଥିବା ମାମଲା ଗୁଡିକ ଏବଂ ଜମିଜମା ବିବାଦୀୟ ଭଳି କେସ ଗୁଡିକ ସମାଧାନ ସହ ଜାମିନ ମଧ୍ୟ ମିଳିପାରିବ l ଯାହାଫଳରେ ବ୍ଲକ ର ଚବିଶ ଗୋଟି ପଂଚାୟତ ର ଅଂଚଳବାସୀ ମାନଙ୍କୁ ସମାଧାନ ପାଇଁ କଟକ ଯିବାକୁ ପଡୁଥିଲା ତାହା ଘର ପାଖ ରେ ନ୍ୟାୟ ପାଇବା ସହିତ ମାମଲା ଗୁଡିକ ଏହି କୋର୍ଟ ରେ ସମାଧାନ ହୋଇପାରିବ ବୋଲି ଜେ.ଏମ.ଏଫ.ସି କୋର୍ଟ ପକ୍ଷରୁ ସୂଚନା ଦିଆଯାଇଥିବାର ଜଣାପଡିଛି l ଏହି କୋର୍ଟ ର ଉଦଘାଟନ ହେବା ଫଳରେ ଅଂଚଳବାସୀ ଙ୍କ ସମେତ ଚବିଶ ଗୋଟି ପଂଚାୟତ ତଥା ଅଂଚଳ ର ବୁଦ୍ଧିଜୀବୀ ଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି l ଏହି କାର୍ଯ୍ୟକ୍ରମ ରେ କ୍ରିମିନାଲ କୋର୍ଟ ବାର ଆସୋସିଏସନ ର ସେକ୍ରେଟାରୀ ଶ୍ରୀ ଗଦାଧର ସାହୁ,କ୍ରିମିନାଲ କୋର୍ଟ ବାର ଆସୋସିଏସନ ର ସଭାପତି ଶ୍ରୀ ବାଦଲ ଚନ୍ଦ୍ର ରାୟ,ତାପସ ରଞ୍ଜନ ନାୟକ, ଜିତୁ ପରିଜା, କେଶବ ଚନ୍ଦ୍ର ସାହୁ, ଦିଲ୍ଲୀପ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l