ଦେଶୀ ବନ୍ଧୁକ ସହ ଜଣେ ଶିକାରୀ ଗିରଫ

ଭଞ୍ଜନଗର ୨୦/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଘାଟିଶୁଳା ଜଙ୍ଗଲ ନିକଟରେ ଶିକାର ଉଦ୍ଦେଶ୍ୟରେ ବନ୍ଧୁକ ଧରି ବୁଲୁଥିବା ଜଣେ ଅଭିଯୁକ୍ତକୁ କାବୁ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ତାରସିଂ ଥାନା ଅଧିନ ବଡ଼ ଡିମିରିଝୋଳି ଗ୍ରାମର ସନ୍ତୋଷ ମଲ୍ଲିକ(୩୮)। ସୂଚନା ଅନୁଯାୟୀ, ତାରସିଙ୍ଗ ଥାନା ଇନ୍ସପେକ୍ଟର ଅଭୟ କୁମାର ପ୍ରଧାନ ପୁଲିସ କର୍ମଚାରୀଙ୍କ ସହ ରାଣୀକିଆରୀ,ହରିଗଡ, ବିଲୁଆପଡ଼ା ଆଦି ଇଲାକାରେ ପେଟ୍ରୋଲିଂ କରୁଥିବା ସମୟରେ ଘାଟିଶୂଳା ଜଙ୍ଗଲ ନିକଟରେ ଜଣେ ବ୍ୟକ୍ତି ଦେଶୀ ବନ୍ଧୁକ ଧରି ସନ୍ଦେହ ଜଣକ ଭାବେ ଡିମିରିଝୋଳି ଗ୍ରାମ ଆଡ଼କୁ ଯାଉଥିବା ବେଳେ ପୁଲିସକୁ ଦେଖି ଦୌଡିଥିଲା। ଏହାପରେ ପୁଲିସ ଟିମ୍ ତାକୁ କାବୁ କରିବା ସହ ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଥିଲେ। ଆଜି ଏନେଇ କେସ ନମ୍ୱର୍ ୧୪୯ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସନ୍ତୋଷ କୁ କୋର୍ଟ ଚାଲାଣ କରାଯାଇ ଥିବା ଥାନା ଅଧିକାରୀଣୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି।