ଚୌଦ୍ୱାରରେ ସମସ୍ତ ଔଷଧ ଦୋକାନ ବନ୍ଦ

ଚୌଦ୍ୱାର (ଶିବବ୍ରତ ଦାସ ) : ସର୍ବ ଭାରତୀୟ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଆହ୍ୱାନ କ୍ରମେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଡାକରାରେ ଚୌଦ୍ଵାର କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘ ପକ୍ଷରୁ ଏକାଧିକ ଦାବିରେ ଆନ୍ଦୋଳନ କୁ ଓହ୍ଲାଇଛି । ଏହା ଫଳରେ ଚୌଦ୍ଵାର ସମେତ ଆଖପାଖ ଅଞ୍ଚଳର ସଂଘ ସହ ଅନୁବନ୍ଧିତ ସମସ୍ତ ଔଷଧ ଦୋକାନ ବନ୍ଦ ରହିଛି । ସଂଘର ସଭାପତି ମାନସ କୁମାର ସାହୁଙ୍କ ନେତୃତ୍ୱରେ ଚୌଦ୍ଵାର,ଟାଙ୍ଗୀ,ଗୁରୁଡ଼ିଝାଟିଆ ଆଦି ଅଞ୍ଚଳରେ ସମସ୍ତ ଔଷଧ ଦୋକାନ ବନ୍ଦ ଡାକରା କୁ ସମର୍ଥନ କରି ଦୋକାନ ବନ୍ଦକରିଛନ୍ତି । ଔଷଧର ଅନ ଲାଇନ ବିକ୍ରୟ ବନ୍ଦ, କର୍ପୋରେଟ ସଂସ୍ଥା ଦ୍ୱାରା ଗଭୀର ରିହାତି ବନ୍ଦ କରିବା ଓ ବଜାରରୁ ନକଲି ଔଷଧ ଏଡାଇବା ଆଦି ଦାବୀ ନେଇ ସର୍ବ ଭାରତୀୟ ସ୍ତରର ବନ୍ଦ ଡାକରାକୁ ସମର୍ଥନ କରି ସଙ୍ଘ ପକ୍ଷରୁ ଆଜି ଅଞ୍ଚଳର ସମସ୍ତ ଔଷଧ ଦୋକାନ ବନ୍ଦ ରହଇଛି ବୋଲି ଶ୍ରୀ ସାହୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଘ ର ସମ୍ପାଦକ ମନୋରଞ୍ଜନ ମହନ୍ତ,ଅଭୟ ମହାନ୍ତି,ସୁବାସ ଦଳାଇ,ଲକ୍ଷ୍ମୀଧର ପଣ୍ଡା,ନାରାୟଣ ଜେନା,ବିଚିତ୍ରାନନ୍ଦ ରଥ,ଅସିତ୍ ସୁବୁଦ୍ଧିରାୟ ପ୍ରମୁଖ ସାମିଲ ରହିଥିଲେ।