
ଚୌଦ୍ୱାର (ଶିବବ୍ରତ ଦାସ )- ଟାଙ୍ଗୀ ଚୌଦ୍ୱାର ବ୍ଲକ ରେ ଆଜି ସି.ପି.ଆଇ.ଏମ ପକ୍ଷରୁ ଜନଗଣଙ୍କ ମୌଳିକ ସମସ୍ୟା ତଥା ବିଭିନ୍ନ ଦାବୀ ନେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି l ସି.ପି.ଆଇ.ଏମ ର ବରିଷ୍ଠ ନେତା ବଦ୍ରି ନାରାୟଣ ଦାସ ଙ୍କ ଆହ୍ୱାନ କ୍ରମେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଛି l ସୂଚନା ମୁତାବକ ପୂର୍ବରୁ ବର୍ତମାନ ରାଜ୍ୟ ସରକାର ପ୍ରତି ଘରକୁ ତିନି ଶହ ୟୁନିଟ ମାଗଣା ବିଜୁଳି,ବାର୍ଦ୍ଧକ୍ୟ ଭତ୍ତା ସ୍ୱରୂପ ମାସକୁ ତିନି ହଜାର ଟଙ୍କା ପ୍ରଦାନ,ପ୍ରତି ଗ୍ରାମରେ ଶହେ ଜଣ ପିଲାଙ୍କୁ ନିଯୁକ୍ତି ପ୍ରତିଶୃତି,ପ୍ରତି ପଂଚାୟତ ରେ ଘର କୁ ପାନୀୟ ଜଳ ଯୋଗାଣ ଭଳି ପ୍ରତିଶୃତି ଦେଇଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ନ ହେବାରୁ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଛି ବୋଲି ବରିଷ୍ଠ ସି.ପି.ଆଇ.ଏମ ନେତା ମାନେ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି l ଏଥିସହିତ ସାରା ରାଜ୍ୟ ରେ କିପରି ଭାବେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ଏବଂ ବରିଷ୍ଠ ବିଜେପି ନେତା ଅରିନ୍ଦମ ରାୟ କିପରି ଭାବେ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ କୁ ଅଶାଳୀନ ମନ୍ତବ୍ୟ ବିରୁଦ୍ଧରେ ମଧ୍ୟ କଟାକ୍ଷ କରିଛି ସି.ପି.ଆଇ.ଏମ l ଅନ୍ୟ ପକ୍ଷ ରେ କିଛି ସମୟ ଧରି ବ୍ଲକ ସମ୍ମୁଖରେ ପୁଲିସ ପ୍ରଶାସନ ସହିତ ସି.ପି.ଆଇ.ଏମ ନେତା ଙ୍କ ସହିତ ଯୁକ୍ତିତର୍କ ହେବାର ଘଟଣା ମଧ୍ୟ ସାମ୍ନା କୁ ଆସିଥିଲା l ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ରେ ବରିଷ୍ଠ ସି.ପି.ଆଇ.ଏମ ନେତ୍ରୀ ପୁଷ୍ପା ଦାସ, ରମେଶ ବେହେରା, ବିଷ୍ଣୁ ଚରଣ ବେହେରା ଙ୍କ ସମେତ ବହୁ ବରିଷ୍ଠ ନେତା ଓ ଶତାଧିକ କର୍ମୀ ମାନେ ଉପସ୍ଥିତ ଥିଲେ l