
ନୂଆପଡା /ସିନାପାଲି ୨୫/୫ (ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ର ଜିଲ୍ଲା ସ୍ତରୀୟ ଜନସଙ୍ଗଠନ ଶ୍ରମ ଜୀବି ବିକାଶ ମଞ୍ଚ ନୂଆପଡା ତରଫରୁ ବ୍ଲକ ସ୍ତରୀୟ ସଙ୍ଗଠନ ମାଧ୍ୟମରେ ସିନାପାଲି, ବୋଡେ଼ନ, ଖଡ଼ିଆଳ, ଓ କୋମନା ବ୍ଲକ ରେ ସମ୍ପୃକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଓ ବ୍ଲକ କୃଷି ଅଧିକାରୀ ଙ୍କ ମାଧ୍ୟମରେ ସରକାର ଙ୍କୁ ଦ୍ୱତୀୟ ଫସଲ ସହାୟତା ପାଇଁ ଆନ୍ତରିକ ଧନ୍ୟବାଦ ଓ ବିନମ୍ର ଅନୁରୋଧ ଜଣା ଯାଇଛି | ଗତ ରବି ଋତୁରେ ଦୃତୀୟ ଫସଲ ଚାଷ ନିମନ୍ତେ ରାଇସ ଫେଲୋ ମ୍ୟାନେଜମେଣ୍ଟ ସ୍କିମ ମାଧ୍ୟମରେ ନୂଆପଡା ଜିଲାରେ ଚାଷୀ ପରିବାର ମାନଙ୍କୁ ସରକାର ଙ୍କ ତରଫରୁ ମାଗଣା ରେ ମୁଗ ଓ ବିରି ବିହନ ଯୋଗାଇ ଦେଇଥିବାରୁ ଚାଷୀ ମାନଙ୍କ ଜୀବନ ଜୀବିକା ର ମାନବୃତ୍ତି ରେ ସହାୟକ ହୋଇ ପାରିଛି | ଏଥି ପାଇଁ ଶ୍ରମ ଜୀବି ବିକାଶ ମଞ୍ଚ ସଙ୍ଗଠନ ତରଫରୁ ସରକାର ଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି | ଏହା ସହିତ ଆଗାମୀ ରବି ଋତୁରେ ଦୃତୀୟ ଫସଲ ଚାଷ ନିମନ୍ତେ ଜିଲ୍ଲା ରେ ଚାଷୀ ମାନଙ୍କୁ ସରକାର ଙ୍କ ତରଫରୁ ମାଗଣାରେ ଉତ୍ତମ ଗୁଣବତ୍ତାପୁର୍ଣ ବିହନ ଅକ୍ଟୋବର ୧୫ ତାରିଖ ସୁଦ୍ଧା ଦେବା ପାଇଁ ଅନୁରୋଧ କରାଯାଇଛି ସଙ୍ଗଠନ ର ସଦସ୍ୟ, ସଦସ୍ୟା, ଓ ଉପକୃତ ହୋଇଥିବା ଚାଷୀମାନେ ଆସି ଏହି କୃତଜ୍ଞତା ପତ୍ର ସହିତ ୫୦ ଗ୍ରାମ ର ମୁଗ ମଞ୍ଜି ପ୍ରଦାନ କରୁଥିବା ବିଷୟ ପ୍ରେସ ବାର୍ତ୍ତା ମାଧ୍ୟମରେ ଶ୍ରମ ଜୀବି ମଞ୍ଚ ସଙ୍ଗଠନ ର କର୍ମକର୍ତ୍ତା ଡୋଳାମଣି ଭୋଇ ଜଣାଇଛନ୍ତି |