ଶ୍ବାସରୁଦ୍ଧରେ ଚାଲିଗଲା ୬ ଜଣଙ୍କ ଜୀବନ, ୪ ଲକ୍ଷ ଲେଖାଏଁ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ର

ଭୁବନେଶ୍ବର: ଶ୍ବାସରୁଦ୍ଧରେ ଚାଲିଗଲା ୬ ଜଣଙ୍କ ଜୀବନ । ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଟା ଗାଁରେ ଏହି ଅଘଟଣ ଘଟିଛି । ସେଣ୍ଟ୍ରିଂ ବେଳେ ଶ୍ବାସରୁଦ୍ଧ ହୋଇ ଜୀବନ ଯାଇଥିବା ଜଣାପଡିଛି । ଏହି ୬ ଜଣ ମୃତକଙ୍କ ନାମ ହେଉଛି- ନିମାଇଁ ଚରଣ ପାଲ୍ (ପିତା- ଗଙ୍ଗାଧର ପାଲ୍), ଆକାଶ ପାଲ୍ (ପିତା- ନିମାଇଁ ଚରଣ ପାଲ୍), ଆଦଲ ମାଝୀ (ପିତା- ବିଷ୍ଣୁ ମାଝୀ), ବୈକୁଷ୍ଠ ଜାଲ୍(ପିତା- ମଧୁ ଜାଲ୍), ମନରଞ୍ଜନ ହାତୀ (ପିତା- ଧନସାଗର ହାତୀ), ଛାନ୍ଦ ଜାଲ୍ (ପିତା- ବଳଦେବ ଜାଲ୍) ।ଏହି ଦୁଃଖଦ ଦୁର୍ଘଟଣାରେ ୬ ଜଣଙ୍କର ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।