
ବେଲଗୁଣ୍ଠା/୨୭/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ସ୍ୱଚ୍ଛତା ପାଇଁ ଜାତୀୟ ସ୍ତରରେ ପୁରସ୍କୃତ ପିତ୍ତଳ ମାଛର ସହର ବେଲଗୁଣ୍ଠାରେ ସ୍ୱଚ୍ଛତା ପାଇଁ ପୁଣି ଆରମ୍ଭ ହୋଇଛି ଏକ ସ୍ଵଛତା ଅଭିଯାନ ସିଟି ସ୍ଵଛତା ଆକ୍ସନ ଡ଼େ । ମଙ୍ଗଳବାର ଦିନ ଏଥିରେ ସାମିଲ ହୋଇଛନ୍ତି ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ଖୋଦ ନଗରପାଳ ଓ ଅନ୍ୟ କାଉନସିଲର ମାନେ । ଏହି ନୂଆଁ ସ୍ଵଛତା ଅଭିଯାନରେ ଏଣିକି ପ୍ରତ୍ୟେକ ମଙ୍ଗଳବାର ଦିନ ସହରର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଓ ଗଳି କନ୍ଦିକୁ ସମସ୍ତେ ମିଶି ସମ୍ପୂର୍ଣ୍ଣ ସଫା କରିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ବିଶେଷତଃ ଶୂନ୍ୟ ପ୍ଲାଷ୍ଟିକ ଦୃଶ୍ୟମାନ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମରେ ସଫେଇ କର୍ମଚାରୀଙ୍କ ସହ ଅନ୍ୟ ସହରର ପ୍ରତ୍ୟେକ ନାଗରିକ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ଏହି ଅଭିଯାନ ମାଧ୍ୟମରେ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମର ସଂକଳ୍ପକୁ ଦୃଢ଼ତା ମିଳିବା ସହ ଏ ଦିଗରେ ସଫଳତା ମିଳିବ ବୋଲି ଆଶା କରାଯାଉଛି । ମଙ୍ଗଳବାର ଦିନ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ପରିସର ସହ ଶ୍ରୀଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ଗଳି ରାସ୍ତାର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ଯୁବ ନଗରପାଳ ଫିରୋଜ କୁମାର ସେଠୀଙ୍କ ସହ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା ,ବରିଷ୍ଠ କାଉନସିଲର ଏ.ଦିଲ୍ଲୀପ କୁମାର ଆଚାରୀ,କାଉନସିଲର ପ୍ରଦୀପ କୁମାର ସେଠୀ, ଦିବ୍ୟରଞ୍ଜନ ଦାଶ , କାଉନସିଲର ପ୍ରିୟମ୍ବଦା ସାମଲ ,ପ୍ରତିମା କୁମାରୀ ସ୍ୱାଇଁ, ପୂର୍ବତନ କାଉନସିଲର କେ.ଜିତେନ୍ଦ୍ର ସୁବୁଦ୍ଧି, ଗୋଷ୍ଠି ସଙ୍ଗଠକ ଚିନଂ.ଚିଦାନନ୍ଦ ପାତ୍ର, ପୌର ପରିଷଦର ସ୍ୱଚ୍ଛ ସାଥି, ପୌର ପରିଷଦର ବିଭିନ୍ନ ସଫେଇ କର୍ମଚାରୀ ଓ ଜନ ସାଧାରଣ ସାମିଲ ହୋଇଥିଲେ ।