୧୫ବର୍ଷୀୟ ନାବାଳିକା ଗର୍ଭବତୀ ,ଅଭିଯୁକ୍ତ ଗିରଫ

ଆସିକା ୩୦/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଆସିକା ଥାନା ଇକକରେ ଜଣେ ୧୫ ବର୍ଷୀୟ ନାବାଳିକାକୁ ଗର୍ଭବତୀ କରିବା ଘଟଣାର ତଦନ୍ତ କରି କମାଗଡ଼ ଗ୍ରାମର ଜଣେ ଯୁବକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି l ଆସିକା ଥାନା ଇଲାକାର କମାଗଡ଼ ଗ୍ରାମର ଚନ୍ଦନ ନାୟକ(୨୦) ନାମକ ଜଣେ ଯୁବକ ପାଞ୍ଚ ମାସ ତଳେ ଜଣେ ନାବାଳିକାକୁ ତାଙ୍କ ଘରେ କେହି ନଥିବାର ସୁଯୋଗ ଘରେ ପଶି ବଳାତ୍କାର କରିବା ପରେ ଉକ୍ତ ନାବାଳିକାକୁ ଘଟଣା ପ୍ରଘଟ ହେଲେ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲା ବୋଲି ଅଭିଯୋଗ ହୋଇଥିଲା lନାବାଳିକା ଜଣକ ଉକ୍ତ ଘଟଣା କାହାକୁ ନକହି ଚୁପ ରହିଥିଲେ। କିଛି ଦିନ ପରେ ନାବାଳିକାର ଝିଅ ଗର୍ଭବତୀ ଥିବାର ମା ଜାଣିବାକୁ ପାଇଲେ। ସେ ଘଟଣା ସମ୍ପର୍କରେ ନିଜ ଝିଅକୁ ପଚାରିବାରୁ ନାବାଳିକା ଜଣକ ସବୁ କଥା ନିଜ ମା କୁ କହିଥିଲା l ଏହା ପରେ ସମ୍ପୃକ୍ତ ନାବାଳିକାର ମା ଏନେଇ ଆସିକା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲା l ଆସିକା ଥାନା ପକ୍ଷରୁ କେସ ନମ୍ବର ୨୨୬/୨୬ରେ ମାମଲା ରୁଜୁ କରି ଆସିକା ଥାନା ଅଧିକାରୀ ସୁଧୀର କୁମାର ସାହୁଙ୍କ ନିର୍ଦେଶ କ୍ରମେ ଆସିକା ଥାନା ମହିଳା ଶିଶୁ ଡେସ୍କ ଅଧିକାରୀ ଆଲିସ୍ମିତା ଜେନା ଘଟଣାର ତଦନ୍ତ କାରି ଅଧିକାରୀ ଭାବେ ତଦନ୍ତ କରି ଚନ୍ଦନ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ l ସେଠାରେ ଜାମିନ ନାମଞ୍ଜୁର ହେବାରୁ ଚନ୍ଦନ କୁ ଜେଲ ପଠାଯାଇଛି l ଅନ୍ୟପଟେ ସମ୍ପୃକ୍ତ ନାବାଳିକାର ଡାକ୍ତରୀ ମଇନା ପରେ ଶିଶୁ କଲ୍ୟାଣ କମିଟି ରେ ହଜାର ପରେ ଯତ୍ନ ଓ ସୁରକ୍ଷା ପାଇଁ ଉତ୍କଳ ବାଳାଶ୍ରମରେ ରଖା ଯାଇଛି l