ରଥଯାତ୍ରା ଅବସରରେ ରେଳବାଇ ପରିଚାଳନା ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ ୩୦/୫(ବଳରାମ ତ୍ରିପାଠି ରିପୋର୍ଟ ): ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ରେଳବାଇ ର ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସମସ୍ତଙ୍କୁ ସ୍ବାଗତ କରିବା ସହ ରଥଯାତ୍ରା ସମୟରେ ରେଳବାଇର ବିବିଧ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ ।ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ଯାତ୍ରୀ ମାନଙ୍କ ଯାତାୟତ ପାଇଁ ରେଳବାଇ ଏକ ପ୍ରମୁଖ ମାଧ୍ୟମ।ତେଣୁ ଯାତ୍ରୀ ସୁବିଧା, ସୁରକ୍ଷା, ବିବିଧ ସୂଚନା ପ୍ରଦାନ, ସେମାନଙ୍କ ରହଣି ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ରେଳବାଇ କର୍ତ୍ତୃପକ୍ଷ ଙ୍କ ର ଆୟୋଜନ ସମ୍ପର୍କରେ ବିଷଦ ଭାବେ ଏହି ବୈଠକରେ ଆଲୋଚନା କରାଯାଇଥିଲା।ଅତିରିକ୍ତ ଡିଜି ଆଧୁନିକୀକରଣ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି ଅରୁଣ ବୋଥ୍ରା,କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ, ଆଇଜି ଆରପିଏଫ ଅଶୋକ ବେହେରା,ଏସ ପି ପ୍ରତୀକ ସିଂ, ପୁରୀ ମହାନଗର ନିଗମର କମିଶନର ସ୍ନେହା ଅରୁଗୁଳା,ରେଲୱେ ଷ୍ଟେସନ ଡାଇରେକ୍ଟର ପ୍ରମୁଖ ଯୋଗ ଦେଇ ପୁରୀ ଠାରୁ କଟକ,ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡକୁ ଅଧିକ ରେଲ ଚଲାଯିବା ସମ୍ପର୍କରେ ଗୁରୁତ୍ୱ ଦେଇଥିଲେ।ଏହା ଦ୍ଵାରା ଯାତ୍ରୀ ମାନଙ୍କ ର ଭିଡ ହ୍ରାସ ହୋଇ ପାରିବ।ସେହିପରି ଯାତ୍ରୀ ବିଶ୍ରାମ ସ୍ଥଳ, ଶୌଚାଳୟ, ଅଧିକ ଟିକେଟ କାଉଁଟର ଖୋଲିବା, ବର୍ଷା ହେଲେ ଯେଉଁ ଠାରେ ଜଳ ଜମିବା ଆଶଙ୍କା ରହୁଛି ତାହାକୁ ଚିହ୍ନଟ ସହ ତ୍ବରିତ ଜଳ ନିଷ୍କାସନ ବ୍ୟବସ୍ଥା କରିବା, ଯାତ୍ରୀ ମାନଙ୍କୁ ଅଧିକ ରୁ ଅଧିକ ଅପ ଟୁ ଡେଟ ସୂଚନା ପ୍ରଦାନ କରିବା,ନିର୍ଦ୍ଦିଷ୍ଟ ସ୍ଥାନ ମାନଙ୍କ ରେ ଅନ୍ନଦାନ ବ୍ୟବସ୍ଥା କରିବା ଯାହା ଫଳରେ ପରିବେଶ ଅସ୍ବଛ ରହିବ ନାହିଁ,ପାନୀୟ ଜଳର ବ୍ୟବସ୍ଥା କରିବା, ଯାତ୍ରୀ ସୁରକ୍ଷା ପାଇଁ ଆରପିଏଫ ଙ୍କୁ ଦାୟିତ୍ୱ ସହ ସିସିଟିଭି ର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା।ରେଳବାଇ ର ନିର୍ମାଣ କାର୍ଯ୍ଯ କୁ ତ୍ବରାନ୍ବିତ କରିବା ସମ୍ପର୍କରେ ଗୁରୁତ୍ୱ ଦିଆଯାଇଥିଲା।ରେଳବାଇ ପକ୍ଷରୁ ବିଭିନ୍ନ କାର୍ଯ୍ୟ ର ଅଗ୍ରଗତି ଓ ରଥଯାତ୍ରା ଲାଗି ଗ୍ରହଣ କରାଯିବା ପାଇଁ ଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଷ୍ଟେସନ ଡାଇରେକ୍ଟର ସୂଚନା ଦେଇଥିଲେ।ପରେ ସମସ୍ତ ଅଧିକାରୀ ମାନେ ପୁରୀ ରେଳଷ୍ଟେସନ ର କ୍ଷେତ୍ର ପରିଦର୍ଶନ କରିଥିଲେ।ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ.ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ଅତିରିକ୍ତ ଏସପି ସଚିନ ପାଟିଲ,ସୌମ୍ୟ ରଞ୍ଜନ ମଲ୍ଲିକ, ଦେବୀ ପ୍ରସାଦ ପ୍ରତାପ,ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ,ସିଟି ଡିଏସପି ରଶ୍ମିରଞ୍ଜନ ମହାପାତ୍ର, ଅନ୍ୟାନ୍ୟ ପ୍ରଶାସନିକ ଓ ପୋଲିସ ଅଧିକାରୀ, ରେଳବାଇ ଅଧିକାରୀ ମାନେ ଯୋଗ ଦେଇଥିଲେ