ଝୋଲରି ଠାରେ ଏକ ଦିନ ବ୍ୟାପି ହନୁମାନ ଚାଳିଶା ପାଠ

ବାଲିପଦର ୩୦/୦୫ ( ଵି. ପ୍ରକାଶ ଚନ୍ଦ୍ର ପାତ୍ର ) ଗଞ୍ଜାମ ଜିଲ୍ଲା ଅନ୍ତରପଡ଼ା ପଞ୍ଚାୟତ ଅନ୍ତର୍ଗତ ଝୋଲରି ଠାରେ ଆଜି ଦିନ ତମାମ ହନୁମାନ ଚାଳିଶା ପାଠ ପରାୟଣ ଅନୁଷ୍ଠିତ ହୋଇ ଯାଇଛି। ସମାଜସେବୀ କାର୍ତ୍ତିକେଶ୍ଵର ବିଷୋୟୀଙ୍କ ତତ୍ତ୍ବାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପୋଲସରା ନିକଟସ୍ଥ ଚଢ଼ିଆପଡା ଗ୍ରାମର ପ୍ରବଚକ ପଞ୍ଚାନନ ହୋତା ଚାଳିଶା ପାଠ କରିଥିଲେ। ସନ୍ତୋଷ କୁମାର ମହାପାତ୍ର, ବୈଂଶୀଧର ନନ୍ଦ ଚାଳିଶା ପାଠ କରିବାରେ ସହଯୋଗ କରିଥିଲେ। ଶେଷରେ ଝୋଲରି ନାମ ସଂକୀର୍ତ୍ତନ ଦଳ ନାମ ପରିବେଷଣ କରିଥିଲେ।