
ପୁରୀ ୧/୬,(ବଳରାମ ତ୍ରିପାଠି ରିପୋର୍ଟ): ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆଜି ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୧୧୨ ଗୋଟି ଅଭିଯୋଗ ପତ୍ର ମିଳିଥିଲା।ସେଥିରୁ ୯୭ ଗୋଟି ବ୍ୟକ୍ତିଗତ,୧୫ ଗୋଟି ଗ୍ରାମ ସମସ୍ୟା ସମ୍ପର୍କରେ ରହିଥିଲା।ତତକ୍ଷଣାତ ୫ ଗୋଟି ଅଭିଯୋଗ ର ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା।ଏହି ଶୁଣାଣୀ ରେ ଏସପି ପ୍ରତୀକ ସିଂ, ପୁରୀ ମହାନଗର ନିଗମ ର କମିଶନର ସ୍ନେହା ଅରୁଗୁଳା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ,ଅଭିଯୋଗ ଶୁଣାଣୀ ଅଧିକାରୀ ବିବେକାନନ୍ଦ ସାହୁ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ଆସନ୍ତା ୮ ତାରିଖ ରେ ପୂର୍ବାହ୍ନ ୭ ଘଟିକା ରୁ ୧୦ ଘଟିକା ପର୍ଯ୍ୟନ୍ତ ଅସ୍ତରଙ୍ଗ ବ୍ଲକ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।ସେହିପରି ୧୬ ତାରିଖ ମଙ୍ଗଳବାର ପିପିଲି ବ୍ଲକରେ, ୨୨ ତାରିଖରେ ଡେଲାଙ୍ଗ ବ୍ଲକ ରେ ଓ ୨୯ ତାରିଖରେ ଗୋପ ବ୍ଲକରେ ଦିବା ୧୦ ଘଟିକା ରୁ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଅଭିଯୋଗ ଶୁଣାଣି ଅଧିକାରୀ ସୂଚନା ଦେଇଛନ୍ତି।