ବିଭିନ୍ନ ବୁଥ ପରିଦର୍ଶନ ସହ ପରିଗଣନା ଫର୍ମ ବଣ୍ଟନକଲେ ଭଞ୍ଜନଗର ଉପଜିଲ୍ଲାପାଳ

ଭଞ୍ଜନଗର ,୦୬/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ସ୍ଵତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମ ଅଧୀନରେ ଆଜି ଭଞ୍ଜନଗର ଉପଜିଲ୍ଲାପାଳ
ଶ୍ରୀଯୁକ୍ତ ଉମାଶଙ୍କର ବେହେରା ବିଭିନ୍ନ ବୁଥ ସଂଖ୍ୟା -74, 75, 76, 77, 78, 79 , 80 ଓ ୧୫୭ ପରିଦର୍ଶନ ସହ ପରିଗଣନା ଫର୍ମ ବଣ୍ଟନ କରିଥିଲେ ଓ ନିଜେ କୃଶ୍ନାପାଲି ଗ୍ରାମର ଜଣେ ୧୦୪ ବୟସ ମହିଳା ଙ୍କୁ SIR ର ସବିଶେଷ ବୁଝାଇବା ସହ ପରିଗଣନା ଫର୍ମ ହସ୍ତାନ୍ତର କରିଥିଲେ ।
ଏହି ସମୟରେ AERO ତଥା ଗୋଷ୍ଟି ଉନ୍ନୟନ ଅଧିକାରୀ ଭାରତୀ ଦେବୀ , BLO supervisor ଓ BLO ଉପସ୍ଥିତ ଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପରିଗଣନା ଫର୍ମ ବିତରଣ ଓ ଏହାର ସଠିକ୍ ଓ ସମ୍ପୂର୍ଣ୍ଣତା ନିଶ୍ଚିତ କରିବା। ଉପଜିଲ୍ଲାପାଳ ଶ୍ରୀ ବେହେରା ପରିଦର୍ଶନ ସମୟରେ ଲୋକଙ୍କ ସୁବିଧା, ବୁଥ ସ୍ଥଳରେ ସ୍ଥାନୀୟ ନାଗରିକଙ୍କ ସହିତ ସମ୍ପର୍କ ସ୍ଥାପନ କରି ସେମାନଙ୍କ ସ୍ଵତନ୍ତ୍ର ସଘନ ସଂଶୋଧନ ସମ୍ବନ୍ଧୀୟ ଯେକୌଣସି ପ୍ରକାର ଅଜ୍ଞାତ ବା ସମସ୍ୟା ଥିଲେ ତାହା ସମାଧାନ କରାଯିବ ବୋଲି ଉପଦେଶ ଦେଇଥିଲେ । ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏଇରଓ , ଏବଂ ବି ଏଲ ଓ ମାନେ ଘରକୁ ଘର ଯାଇ ଭୋଟରଙ୍କୁ ପରିଗଣନା ଫର୍ମ ବିତରଣ କରିଥିଲେ ଏବଂ ଫର୍ମ ପୂରଣ ପ୍ରକ୍ରିୟା ସମ୍ପର୍କରେ ସବିଶେଷ ବୁଝାଇଥିଲେ। ଉପଜିଲ୍ଲାପାଳ ବିଏଲଓ ମାନଙ୍କୁ ନିଷ୍ଠାର ସହ ଘରକୁ ଘର ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ଭୋଟରମାନେ BLO ଙ୍କୁ ସହଯୋଗ କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ବେହେରା ଅନୁରୋଧ କରିଥିଲେ।