ଟେଟ୍ରାହେଡ୍ରେନ ଏଜୁକେସନାଲ ଟ୍ରଷ୍ଟର ରକ୍ତଦାନ ଶିବିର

ଚୌଦ୍ୱାର(ଶିବବ୍ରତ ଦାସ ): ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ରକ୍ତର ଅଭାବ ଦେଖାଦେଇଥି ବା ବେଳେ ଏହାକୁ ଦୂର କରିବା ପାଇଁ ଟେଟ୍ରାହେଡ୍ରେନ ଏଜୁକେସନାଲ ଟ୍ରଷ୍ଟ ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଶାଳଗାଁଁ ପଞ୍ଚାୟତର ନୂଆଗାଁ ଗ୍ରାମ ର ନେତାଜୀ କ୍ଲବ ରେ ଏହି ଶିବିର ଅନୁଷ୍ଠିତ ହୋଇଅଛି ।
ଦିନକୁ ଦିନ ରକ୍ତ ସଙ୍କଟ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଟେଟ୍ରାହେଡ୍ରେନ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟସ୍‌ର ଅଧ୍ୟକ୍ଷ ତ୍ରିଦେବ ବେହେରା ଏବଂ ତାଙ୍କ ଧର୍ମପତ୍ନୀ ତଥା କେନ୍ଦ୍ରୀୟ ରକ୍ତ ଭଣ୍ଡାର ରେଡକ୍ରସର କଟକ ଜିଲ୍ଲା ସଂଯୋଜିକା ଡ଼. ସସ୍ମିତା ପଟ୍ଟନାୟକ ରକ୍ତସଙ୍କଟ ଦୂରୀକରଣ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଶିବିରରେ କଟକ ରେଡକ୍ରସ ପକ୍ଷରୁ ଅଭିଜ୍ଞ ଡାକ୍ତରୀ ଦଳ ଯୋଗଦେଇଥିଲେ .ଶାଳଗାଁ ପଞ୍ଚାୟତର ନୂଆଗାଁ ଗ୍ରାମ ର ନେତାଜୀ କ୍ଲବର ସଭାପତି ମନୋଜ କୁମାର ଦାସ,ସୁରଜ ପଣ୍ଡା, ବଳରାମ ନାୟକ, ଗୌତମ ପଣ୍ଡା, ଅଜୟ ବାରିକ, ଉମାକାନ୍ତ ନାୟକ, ଚିନ୍ମୟ ବେହେରା, ବିଶ୍ୱରଂଜନ ସ୍ୱାଇଁ ଏବଂ ହୃଷିକେଶ ସାମଲ, ସରୋଜଙ୍କ ପରିଚାଳନାରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା.
ଆଗାମୀ ଦିନରେ ରକ୍ତ ସଙ୍କଟ ଦୂର କରିବା ପାଇଁ ଏଭଳି ରକ୍ତଦାନ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ଡ଼. ସସ୍ମିତା ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏହି ଶିବିରରୁ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଅଛି।