
କୋରାପୁଟ ୦୭/୦୬ (ପ୍ରଭାତ କୁମାର ସୁତାର, ଓଡିଶା ଟୁଡେ): ରାସ୍ତା ଉପରେ ଫସି ରହିଲା ଟ୍ରକ, ଅଟକି ରହିଲା ଆମ୍ବୁଲାନ୍ସ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ୨୬ ନଂ ଜାତୀୟ ରାଜପଥ ସେମିଳିଗୁଡ଼ା ଭେଣ୍ଡିଂ ଜୋନ ନିକଟ ରେ। ରବିବାର ସେମିଳିଗୁଡ଼ା ହାଟ ଚାଲିଥିବା ବେଳେ ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ହାଟ ସମ୍ମୁଖ ରାଜରାସ୍ତା ଉପରେ ହଠାତ ଏକ ମାଲ ବୋଝେଇ ଟ୍ରକ କୌଣସି କାରଣରୁ ରାସ୍ତା ଉପରେ ଅଟକି ଯାଇଥିଲା । ଫଳରେ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଗାଡି ଚଳାଚଳ ବନ୍ଦ ହୋଇପଡିଥିବା ଦେଖିବାକୁ ମିଳିଛି। ଫଳରେ ରାଜ ରାସ୍ତା ଉଭୟ ପାର୍ଶ୍ଵରେ ଲମ୍ବା ଲାଇନ ସାଙ୍ଗକୁ ଶହ ଶହ ସଂଖ୍ୟା ରେ ଗାଡି ଠିଆ ହୋଇରହିଥିଲା ।ଏଥିରୁ ଆମ୍ବୁଲାନ୍ସ ମଧ୍ୟ ବର୍ତ୍ତୀ ନଥିବା ଦେଖିବାକୁ ମିଳିଛି। ଖବର ପାଇ ସୁନାବେଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଠିଆ ରହିଥିବା ଗାଡିକୁ ହଟାଇଥିଲା ଫଳରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା। ବାରମ୍ବାର ଏହି ହାଟନିକଟରେ ଏହି ପରି ଘଟଣା ଦେଖିବାକୁ ମିଳିଛି ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି l