
ଭଞ୍ଜନଗର, ତା ୧୨/୬, (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ):ଆଜି ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଦ୍ୱାରା ଏକ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) ସଚେତନତା କାର୍ଯ୍ୟକ୍ରମ, କୁଇଜ୍ ପ୍ରତିଯୋଗିତା ସହ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମର ଆକର୍ଷଣୀୟ ଅଂଶ
ଥିଲା, ଏକ କ୍ବିଜ୍ ପ୍ରତିଯୋଗିତା, ଯାହାର ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏସଆଈଆର ସମ୍ପର୍କରେ ଥିବା ଜ୍ଞାନକୁ ପରୀକ୍ଷା କରିବା ଏବଂ ଅଧିକ ସଚେତନତା କରିବା। ଅନେକ ଦଳ ପ୍ରତିଭାଗୀ ଥିଲେ ଏବଂ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଜିତିଥିବା ଛାତ୍ରଛାତ୍ରୀମାନେ ମାନପତ୍ର ଦ୍ୱାରା ଉପଜିଲ୍ଲାପାଳ ଶ୍ରୀ ବେହେରା ସମ୍ମାନିତ କରିଥିଲେ ।
ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ବେହେରା ଛାତ୍ର ଛାତ୍ରୀ ତଥା ଉପସ୍ଥିତ ସମସ୍ତଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ ବିଷୟରେ ବିସ୍ତାର ସହ କହିଥିଲେ । ଯୋଗ୍ୟ ଭୋଟର ମାନେ ସଠିକ ତଥ୍ୟ ଦେବା ସହ ବି ଏଲ ଓ ମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରକାଶ କରିଥିଲେ। ଦୀର୍ଘ ୨୪ ବର୍ଷ ପରେ ଏହି SIR ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି, ଯାହା ଅତି ଗୌରବ ଅଟେ । ଆର୍ଟିକଲ ୩୨୪ ବିଷୟରେ ବିସ୍ତୃତ ରୁପେ କହିଥିଲେ । ଛାତ୍ର ସମାଜର ଉନ୍ନତି ତଥା ମଙ୍ଗଳ କାମନା କରିଥିଲେ । ସମସ୍ତଙ୍କୁ ଶିକ୍ଷା ସହ ସରିର ପ୍ରତି ଯତ୍ନବାନ୍ ଏବଂ ନୂତନ ଜ୍ଞାନ କୌଶଳ ହାସଲ କରିବା ପାଇଁ ଉପଦେଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଧାନ ଟୁଲିଆମା, ଏସ ଆଇ ଆ ର ସମୟ ସାରଣୀ , ଏହାର ମହତ୍ୱ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ । ତହସିଲଦାର ଅଭିସ୍ପା ପଟ୍ଟନାୟକ , ପ୍ରିନ୍ସିପାଲ ଡ. ଗଗନ ବିହାରୀ ପୁରୋହିତ ଉତ୍ତମ ଭାବେ ସ୍ୱତନ୍ତ୍ର ସଘନ ସଂଶୋଧନ ବିଷୟରେ କହିଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାରନାୟକ,କଲେଜର ଅଧ୍ୟାପକ, ଛାତ୍ର ଛାତ୍ରୀ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ଡେପୁଟି କଲେକ୍ଟର ରଚିତା ମହାପାତ୍ର, ସଂଯୋଜନା କରିବା ସହ ଧନ୍ୟବାଦ ଜଣାଇଥିଲେ ।