
ଭଞ୍ଜନଗର ୧୨/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଉପାନ୍ତରେ ମିଳୁନି ରୋଗୀଙ୍କୁ ଚିକିତ୍ସା ।ଏବେବି ଗୁଣି ଗାରେଡ଼ିକୁ ବିଶ୍ୱାସ କରୁଛନ୍ତି ଲୋକେ । ଜାନୀ ତାନ୍ତ୍ରିକକୁ ଦେଖାଇ ରୋଗୀକୁ ଅଧିକ ଗୁରୁତର କରିଦେଉଛନ୍ତି ।ଦୁଇ ଦିନ ଧରି ତାନ୍ତ୍ରିକ କରିବା ପରେ ରୋଗ ଭଲ ନହେବାରୁ ଖଟିଆରେ ୧୦ କିଲୋମିଟର ବୁହା ହୋଇ ମେଡ଼ିକାଲ ଆସିଲେ ଗୁରୁତର ରୋଗୀ । ପୁଣି ଥରେ ଏଭଳି ଘଟଣା ସାମନାକୁ ଆସିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅଣ୍ଡରିଗଡ ଗ୍ରାମରୁ ।ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ସୂଚନା ମୁତାବକ ଅଣ୍ଡରିଗଡ ଗ୍ରାମର ଜୟନ୍ତୀ ମଲ୍ଲିକ କାଠ ଆଣିବାକୁ ବଣକୁ ଯାଇଥିବା ବେଳେ ହଠାତ୍ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇଥିଲେ ।ଗାଁରେ ମେଡିକାଲ ସୁବିଧା ନଥିବାରୁ ଆଜି ବି ଲୋକେ ଅନ୍ଧ ବିଶ୍ୱାସ ଉପରେ ଭରସା କରିଛନ୍ତି । ଜାନୀ ଗୁଣିଆ କୁ ଦେଖାଇ ରୋଗୀର ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି । ଏବେ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ରୋଗୀ ।