
ବ୍ରହ୍ମପୁର ୧୨/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) : ଦୀର୍ଘ ଦିନ ର ସଂଘର୍ଷ ପରେ ଭୁବନେଶ୍ବର ଏମ୍ସ ର ଆଇସିୟୁ ରେ ଚିକିତ୍ସାଧିନ ଅବସ୍ଥା ରେ ଜୀବନ ହାରିଛନ୍ତି ଓଏମଭି କନଷ୍ଟେବଲ ଆଶୁତୋଷ ମୁର୍ଦଙ୍ଗିଆ। ଗତ ୬ ତାରିଖ ଠାରୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଗୁରୁତର ହୋଇ ଚିକିତ୍ସାଧିନ ଥିବା ବେଳେ ଆଜି ମୃତ୍ୟୁବରଣ କରିଥିବା ଜଣା ପଡିଛି । ଆଶୁତୋଷ ଙ୍କୁ ତାଙ୍କର ପତ୍ନୀ ଓ ଶଳା ପେଟ୍ରୋଲ ଢାଳି ହତ୍ଯା ଉଦ୍ୟମ କରିଥିବା ମୃତ୍ଯୁ କାଳୀନ ଜମାନବନ୍ଦିରେ ନିଜର ବୟାନ ରଖିଥିଲେ ଆଶୁତୋଷ। ଆଶୁତୋଷ ଙ୍କ ବୟାନ ଆଧାର ରେ ପୋଲିସ ଉଭୟ ସନ୍ଧ୍ଯାରାଣୀ ଓ ତାଙ୍କ ଭାଇଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଛି l