ନୂତନ ପ୍ରଧାନଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

ଚୌଦ୍ଵାର ୧୯।୬ (ଶିବବ୍ରତ ଦାସ ) : ଆଗ୍ରାହାଟ ନୋଡାଲ ହାଇସ୍କୁଲର ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ମଧୁସ୍ମିତା ସାହୁ ଯୋଗଦାନ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସ୍ବାଗତ ଓ ସମ୍ବର୍ଦ୍ଧନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ସହଦେବ ବରାଳ, ପୁରାତନ ଛାତ୍ର ସଂଘର ସଭାପତି ପ୍ରଭାସ ଚନ୍ଦ୍ର ବରାଳ, ସ୍କୁଲ ପରିଚାଳନା କମିଟି (ଏସ୍ଏମ୍‌ସି) ସଭାପତି ଚକ୍ରଧର ପ୍ରଧାନ, ବିଦାୟୀ ପ୍ରଧାନଶିକ୍ଷୟିତ୍ରୀ କାଦମ୍ବିନୀ ପ୍ରଧାନଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥିମାନେ ଶ୍ରୀମତୀ ସାହୁଙ୍କୁ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇବା ସହ ବିଦ୍ୟାଳୟର ଉନ୍ନତି ଓ ଶିକ୍ଷାର ଗୁଣାତ୍ମକ ବିକାଶରେ ତାଙ୍କ ନେତୃତ୍ୱ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ବୋଲି ଆଶାବ୍ୟକ୍ତ କରିଥିଲେ।