ଚୌଦ୍ୱାର ରାଜନୀତିରେ ଚର୍ଚ୍ଚା: ପ୍ରଭାତ ବିଶ୍ୱାଳଙ୍କ ସହ ରହିବେ ନା ବିଶ୍ୱାସଘାତ କରିବେ ପରିଚିତ ରାଜନୈତିକ ବ୍ୟକ୍ତି?

ଚୌଦ୍ୱାର, ୧୯/୬ (ଶିବବ୍ରତ ଦାସ ): ଚୌଦ୍ୱାର ରାଜନୈତିକ ମହଲରେ ଏବେ ଏକ ପରିଚିତ ରାଜନୈତିକ ବ୍ୟକ୍ତିଙ୍କ ଭୂମିକାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଦୀର୍ଘ ଦିନ ଧରି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ନିକଟତମ ସହଯୋଗୀ ଭାବେ ପରିଚିତ ଥିବା ଏହି ନେତା ଆଗାମୀ ଦିନରେ କେଉଁ ରାଜନୈତିକ ମାର୍ଗ ଚୟନ କରିବେ, ତାହାକୁ ନେଇ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ବିଭିନ୍ନ ଆଲୋଚନା ଚାଲିଛି।
ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ବଦଳୁଥିବା ରାଜନୈତିକ ସମୀକରଣ ମଧ୍ୟରେ ଉକ୍ତ ନେତା ପ୍ରଭାତ ବିଶ୍ୱାଳଙ୍କ ସହ ଦୃଢ଼ ଭାବେ ରହିବେ ନା କୌଣସି ନୂଆ ରାଜନୈତିକ ସମୀକରଣରେ ସାମିଲ ହେବେ। ଯଦିଓ ଏପର୍ଯ୍ୟନ୍ତ ଏନେଇ କୌଣସି ସରକାରୀ ବୟାନ କିମ୍ବା ସ୍ପଷ୍ଟ ସଙ୍କେତ ମିଳିନାହିଁ, ତଥାପି ରାଜନୈତିକ ମହଲରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ, ପ୍ରଭାତ ବିଶ୍ୱାଳଙ୍କ ସମର୍ଥକମାନେ ଏଭଳି ଚର୍ଚ୍ଚାକୁ ଗୁଜବ ବୋଲି କହୁଥିବାବେଳେ, ବିରୋଧୀ ଶିବିର ଏହାକୁ ଆସନ୍ତା ଦିନରେ ଚୌଦ୍ୱାର ରାଜନୀତିରେ ବଡ଼ ପରିବର୍ତ୍ତନର ସଙ୍କେତ ବୋଲି ଦାବି କରୁଛନ୍ତି। ତେବେ ଏହି ପରିଚିତ ନେତା ପ୍ରଭାତ ବିଶ୍ୱାଳଙ୍କ ପ୍ରତି ନିଜର ଆନୁଗତ୍ୟ ବଜାୟ ରଖିବେ ନା ନୂଆ ରାଜନୈତିକ ପଥ ବାଛିବେ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ପ୍ରକାଶ କରିଛନ୍ତି.