
ପୁରୀ ୧୯/୬ (ପୁରୀ ଜିଲ୍ଲା ପ୍ରତିନିଧି ବଳରାମ ତ୍ରିପାଠୀ ରିପୋର୍ଟ ) : ପ୍ରାକୃତିକ ବିପର୍ଯ୍ୟୟ ଅପ୍ରତ୍ୟାଶିତ।ଏହା କୌଣସି ସମୟରେ ମଧ୍ୟ ଆସିପାରେ। ପ୍ରାକୃତିକ ବିପର୍ଯ୍ୟୟ କୁ ରୋକା ଯାଇ ପାରିବ ନାହିଁ।କିନ୍ତୁ ସତର୍କତା, ସଚେତନତା ଓ ପୂର୍ବ ପ୍ରସ୍ତୁତି ଦ୍ବାରା ଧନଜୀବନ ହାନି ଓ କ୍ଷୟକ୍ଷତି କୁ ରୋକିବା ସହ ବିପର୍ଯ୍ୟୟ କୁ ପ୍ରଶମିତ କରିବାରେ ସହାୟକ ହୋଇଥାଏ। ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ସମ୍ପର୍କରେ ଏକ ବିପର୍ଯୟ ପରିଚାଳନା ଏକ୍ସସରସାଇଜ ବା ଅଭ୍ୟାସ – ୨୦୨୬ ଜିଲ୍ଲା ଅଗ୍ନିଶମ ବାହିନୀ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ସେହିପରି ଜିଲ୍ଲା ର ୧୭୬ ତି ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳୀ ରେ ଅନୁଷ୍ଠିତ ହୋଇଯାଇଅଛି। NDRF ପୁରୀ ସଦର ବ୍ଲକ୍ ର ବିରହରେକୃଷ୍ଣପୁର ପଞ୍ଚାୟତ ଅଧୀନ ରେଣ୍ଡୁଅ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ଯୟ ପରିଚାଳନା ଏକ୍ସସରସାଇଜ ଅନୁଷ୍ଠିତ ହୋଇଯାଇଅଛି। ଓସଡମା ର ସହଯୋଗ ଓ ପୁରୀ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଙ୍କ ତତ୍ବାବଧାନରେ ବିପର୍ଯ୍ଯୟ ପରିଚାଳନା ଏକ୍ସସରସାଇଜ ଅନୁଷ୍ଠିତ ହୋଇଯାଇଅଛି ।