ବାଇକ ରେ ତେଲ ପକାଇବାକୁ ଯିବା ବେଳେ ଷଣ୍ଢ ସହ ଧକ୍କା , ଦୁଇ ଜଣ ଆହତ

ଭଞ୍ଜନଗର ୨୨/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଅଗଝୋଳ ପେଟ୍ରୋଲ ପମ୍ପ ନିକଟରେ ସୋମବାର ଦିନ ସକାଳେ ହଠାତ୍ ବାଇକ୍ ଆଗକୁ ଏକ ଷଣ୍ଢ ଚାଲିଆସିଲା । ଫଳରେ ଏଥିରେ ୨ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଢୁଢ଼ୁଆର ତୋଫାନ ନାୟକ ଓ ସୁରେଶ ନାୟକ। ଭଞ୍ଜନଗର ଦମକଳ ବାହୀନି ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ୍ କୁ ପଠାଇ ଦେଇଛି। ଘଟଣାରୁ ପ୍ରକାଶ ଯେ ତୋଫାନ ଓ ସୁରେଶ ମିଶି ଅଗଝୋଳ ପେଟ୍ରୋଲ ପମ୍ପ କୁ ଆଜି ପେଟ୍ରୋଲ ପକାଇବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ଏକ ଷଣ୍ଢ ରାସ୍ତା ମଝିକୁ ଚାଲି ଆସିଥିଲା। ଫଳରେ ବାଇକ୍ ଚାଳକ ଭାରସାମ୍ୟ ହରାଇ ଷଣ୍ଢ କୁ ଧକ୍କା ଦେଇଥିଲେ।