
ଟାଙ୍ଗୀ,୨୩/୬ (ଚନ୍ଦନ ମହାରଣା): ବିଗତ ଦୁଇ ବର୍ଷ ମଧ୍ୟରେ ଭାରତୀୟ ଜନତା ପାର୍ଟି ଲୋକଙ୍କ ସରକାର, ସେବା, ସୁଶାସନ ଓ ସମର୍ପଣକୁ ଆଧାର କରି ଜନକଲ୍ୟାଣମୂଳକ ଯୋଜନାଗୁଡ଼ିକୁ ଘରେ ଘରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି। କୃଷକ, ମହିଳା, ଯୁବକ, ଛାତ୍ରଛାତ୍ରୀ ଓ ସମାଜର ପ୍ରତ୍ୟେକ ବର୍ଗର ଉନ୍ନତି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଆଜି ଏକ ନୂତନ ଓଡ଼ିଶା ଗଠନର ମଜବୁତ ଭିତ୍ତି ସ୍ଥାପନ କରିପାରିଛି ବୋଲି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବକ୍ତବ୍ୟରେ କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଟାଙ୍ଗୀ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ନାଥ ଶର୍ମା, ଟାଙ୍ଗୀ ମଣ୍ଡଳ ଉନ୍ନୟନ ଅଧିକାରୀ, ଉପ ମଣ୍ଡଳ ଉନ୍ନୟନ ଅଧିକାରୀ,ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ମାନନୀୟା ସାଂସଦଙ୍କ ପ୍ରତିନିଧିଙ୍କ ସହ ବରିଷ୍ଠ ନେତୃବୃନ୍ଦ ଓ ବହୁ ସଂଖ୍ୟାରେ ମହିଳାମାନେ ଯୋଗ ଦେଇଥିଲେ।