ପ୍ରକୃତି ପ୍ରେମୀ ଦ୍ଵିତୀ ସାର୍ ନିଆରା ଢଙ୍ଗରେ ପାଳନ କଲେ ଜନ୍ମତିଥି

ଭଞ୍ଜନଗର ୨୪/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସବଡିଭିଜନ ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ନେଟଙ୍ଗା ଗ୍ରାମର ପିତା ସ୍ବର୍ଗତ ସଦାଶିବ ଲେଙ୍କା ଓ ମାଆ ତଅପୋଇ ଲେଙ୍କା ଙ୍କ କନିଷ୍ଠ ପୁତ୍ର ଅଟନ୍ତି ଦ୍ଵିତୀକୃଷ୍ଣ ଲେଙ୍କା। ବର୍ତ୍ତମାନ ଭଞ୍ଜନଗର ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ଅଧୀନ ଟୋକାଗଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ରୁପେ ଅବସ୍ଥାପିତ ଏବଂ ବଡ଼କୋଦଣ୍ଡା କ୍ଲଷ୍ଟରର ସିଆରସିସି କାର୍ଯ୍ୟ ନିର୍ବାହ କରୁଛନ୍ତି।
ପିଲା ଦିନରୁ ତାଙ୍କର ସାମାଜିକ ଜନହିତକର କାର୍ଯ୍ୟ, ପରିବେଶ ସୁରକ୍ଷା, ପ୍ରକୃତି ସଂରକ୍ଷଣ ଏବଂ ବୃକ୍ଷ ଚାରା ରୋପଣ ଉପରେ ରହିଛି ଦୁର୍ବଳତା ଓ ଅହେତୁକ ମୋହ। ଛାତ୍ର ଜୀବନରୁ ସେ ପଢିଥିବା ବିଦ୍ୟାଳୟ ମାନଙ୍କ ରେ ଫୁଲ ଗଛ ଓ ବୃକ୍ଷ ଚାରା ରୋପଣ କରିଆସୁଛନ୍ତି। ନିଜ ର ବୃତ୍ତିଗତ ଜୀବନ ରେ ନିଜର କାର୍ଯ୍ୟସ୍ଥଳି ବିଦ୍ୟାଳୟ ମାନଙ୍କ ରେ ଏବଂ ଅନ୍ୟ କେତେକ ବିଦ୍ୟାଳୟ ଓ ସ୍ଥାନ ମାନଙ୍କରେ ସେ ଅନେକ ବୃକ୍ଷ ଚାରା ରୋପଣ କରିଛନ୍ତି। ସେଥିପାଇଁ ସେ ଅନ୍ୟମାନଙ୍କୁ ପ୍ରେରଣା, ଆହ୍ଵାନ କରିବା ସହ ସହଯୋଗ ଯୋଗାଇ ଦେଇଥାନ୍ତି। ତାଙ୍କର ଆଦର୍ଶ, ପ୍ରେରଣା, ଆହ୍ବାନ ଓ ସହଯୋଗ ରେ ପ୍ରାୟ ୮ ଟି ଅନୁଷ୍ଠାନ ର କର୍ମଚାରୀ ତଥା ଅନୁଷ୍ଠାନ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୧୧ ଥର ପ୍ରକୃତି ବନ୍ଧୁ/ ପ୍ରକୃତି ମିତ୍ର/ବେଷ୍ଟ ଇନଷ୍ଟିଚ୍ୟୁନାଲ ଆଓ୍ଵାର୍ଡ ପୁରସ୍କାର ରେ ସମ୍ମାନିତ ହୋଇଛନ୍ତି। ପରିବେଶର ସନ୍ତୁଳନତା ରକ୍ଷା କରିବା ପାଇଁ ସେ ଅନ୍ୟମାନଙ୍କୁ ଆହ୍ଵାନ ଓ ନିବେଦନ କରିବା ସହ ସହଯୋଗ ଯୋଗାଇ ଦିଅନ୍ତି। ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା, ବୃକ୍ଷ ଚାରା ରୋପଣ, ପରିବେଶ ସୁରକ୍ଷା କବିତା ଲେଖା, ସାମାଜିକ କାର୍ଯ୍ୟ ଓ ରକ୍ତଦାନ ଭଳି ମହତ୍ କାର୍ଯ୍ୟ ପାଇଁ ପ୍ରାୟ ୨୦ ରୁ ଉର୍ଦ୍ଧ ସମୟ ସମ୍ମାନିତ ହୋଇଛନ୍ତି।
ନିଜ ର ଏକାବନ ତମ ଜନ୍ମତିଥିକୁ ସ୍ମରଣୀୟ କରିବା ପାଇଁ ନିଆରା ଢଙ୍ଗରେ ସେ ପାଳନ କରିଛନ୍ତି ନିଜ ର ଜନ୍ମଦିନ। ୨୧ ଜୁନ୍ ଆନ୍ତର୍ଜାତିକ ଯୋଗ ଦିବସ ଏବଂ ପିତୃ ଦିବସ ପାଳନ ଅବସରରେ, ଜନ୍ମଦିନ ଉପଲକ୍ଷେ ଭଞ୍ଜନଗର କବି ସମ୍ରାଟ ମିଡ଼ିଆ କ୍ଳବ୍ ଦ୍ଵାରା ଆୟୋଜିତ ରକ୍ତଦାନ ଶିବିର ରେ ରକ୍ତଦାନ କରି ସମ୍ମାନିତ ହୋଇଛନ୍ତି। ନିଜର ଜନ୍ମଦିନ କୁ ସମାଜ ସେବା ପାଇଁ ଉତ୍ସର୍ଗ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଚକୋଲେଟ୍ ବଣ୍ଟନ ଏବଂ ବୃକ୍ଷ ଚାରା ରୋପଣ କରିବା ସହ ଭଞ୍ଜନଗର ବିପଦର ବନ୍ଧୁ ଅନୁଷ୍ଠାନ ସହଯୋଗ ରେ ଭଞ୍ଜନଗର ବ୍ଳକର ବଡ଼କୋଦଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିଦାନନ୍ଦ କୁଷ୍ଠାଶ୍ରମ ର ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ସହ ସେମାନଙ୍କ ଗ୍ରହଣ ରେ କେକ୍ କାଟି ଭଜନ କୀର୍ତ୍ତନ ସହ ଜନ୍ମଦିନ ପାଳନ କରିଥିଲେ। ସେହିପରି ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ତନରଡା ଠାରେ ଥିବା ସତ୍ୟଶ୍ରୀ ଜରାଶ୍ରମ ଠାରେ ମଧ୍ୟ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଭଜନ କୀର୍ତ୍ତନ ସହ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ଆଶ୍ରମ ର ସମସ୍ତ ଅନ୍ତେବାସୀ ଙ୍କୁ ଶୁଖିଲା ଖାଦ୍ୟ ସହ ଚକୋଲେଟ୍ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା ଏବଂ ବିପଦର ବନ୍ଧୁ ଅନୁଷ୍ଠାନ ର ସଦସ୍ୟ ମାନଙ୍କ ଉଦ୍ୟମରେ ଭଞ୍ଜନଗର ଅଞ୍ଚଳର ତିନୋଟି ଅସହାୟ ଗରୀବ ପରିବାରର ସଦସ୍ୟମାନଙ୍କୁ ରାସନ୍ ଯୋଗାଇ ଦିଆଯାଇଥିଲା। ଆଜିର ଏହି ପବିତ୍ର ଦିନରେ ସମସ୍ତ କାର୍ଯ୍ୟକ୍ରମ ରେ ଭଞ୍ଜନଗର ବିପଦର ବନ୍ଧୁ ଅନୁଷ୍ଠାନ ର ଉଦ୍ୟୋକ୍ତା ଅରକ୍ଷିତ ପରିଛା ଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ରେ ସାହାଯ୍ୟ ସହଯୋଗ କରିଥିଲେ। ସତ୍ୟଶ୍ରୀ ଜରାଶ୍ରମ ର ପରିଚାଳକ ଶିକ୍ଷକ ତଥା ଯୋଗଗୁରୁ ରବିନ୍ଦ୍ର କୁମାର ପାତ୍ର, ପୂର୍ବତନ ସହ ଗୋଷ୍ଠୀ ଶିକ୍ଷାଧିକାରୀ ତଥା କବି ନେତାଜୀ ବିଷୋୟୀ, ପୂର୍ବତନ ସିଆରସିସି ତଥା ଶିକ୍ଷକ ମୋହନ ସାହୁ, ଗୁରୁଜୀ ପ୍ରଫୁଲ୍ଲ କୁମାର ମହାରଣା, ୟୁବି ହାଇସ୍କୁଲର ଶିକ୍ଷକ ଅନ୍ତର୍ଯ୍ୟାମୀ ନାୟକ ଓ କ୍ଲାର୍କ ହିତେଶ କୁମାର ନାୟକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ପ୍ରକାଶ ଯୋଗ୍ୟ କି, ଶିକ୍ଷକ, ପରିବେଶବିତ୍ ତଥା ସାମାଜିକ କର୍ମୀ ଦ୍ଵିତୀକୃଷ୍ଣ ଲେଙ୍କା ନିଜର ଜନ୍ମଦିନ କୁ ଅଧିକ ସ୍ମରଣୀୟ କରିବା ପାଇଁ ନିଜର ଜନ୍ମଦିନ ଗୁଡ଼ିକ ରେ ସ୍ବଚ୍ଛତା ଅଭିଯାନ, ବୃକ୍ଷ ଚାରା ରୋପଣ, ରକ୍ତଦାନ, ଖାଦ୍ୟ ବଣ୍ଟନ, ଶିକ୍ଷାଦାନ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଚକୋଲେଟ୍ ବଣ୍ଟନ କରି ଜନ୍ମଦିନ କୁ ନିରାଡମ୍ବର ଭାବେ ପାଳନ କରିଥାନ୍ତି। ଶିକ୍ଷକ ଦ୍ଵିତୀ ସାର୍ ଙ୍କ ଏହିଭଳି ପ୍ରୟାସ ଅନ୍ୟ ମାନଙ୍କ ପାଇଁ ଏକ ଆହ୍ଵାନ, ପ୍ରେରଣା, ବାର୍ତ୍ତା ଓ ଉଦାହରଣ ଅଟେ।