
ଭଞ୍ଜନଗର : ୨୪/୦୬’ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଟାଟା ପାୱାର ଅଧୀନ କଣ୍ଠେଇପଲି ସେକ୍ସନରେ ଦୀର୍ଘ ବର୍ଷ ଧରି କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା କାମିନୀ କାଞ୍ଚନ ଚାନ୍ଦ ଆଜି ପଦୋନ୍ନତି ପାଇ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭାବେ ବ୍ରହ୍ମପୁର ମେଡିକାଲ ସେକ୍ସନକୁ ସ୍ଥାନୀନ୍ତରିତ ହୋଇଯାଇଛନ୍ତି। ଏଥିନିମନ୍ତେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା କଣ୍ଠେଇପଲି ସେକ୍ସନ ଅଫସିରେ ଆୟୋଜିତ ହୋଇଥିଲା। ବୈଠକରେ ପଛ ଦିନର ଶ୍ରୀ ଚାନ୍ଦ ଙ୍କ କାର୍ଯ୍ୟଦକ୍ଷତା, ନୀତି ଆଦର୍ଶକୁ ମାନେ ପକାଇ ସମସ୍ତ କର୍ମଚାରୀ ଭାବ ବିହ୍ଵଳ ହୋଇପଡ଼ିଥିଲେ।ପରେ ସମସ୍ତ କର୍ମଚାରୀ ମାନେ ଶ୍ରୀ ଚାନ୍ଦ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇବା ସହ ନୂତନ କନିଷ୍ଠ ଯନ୍ତ୍ରୀ ସତ୍ୟଜିତ ରାକେଶ ସାହୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସଭାରେ ମୁଖ୍ୟ ଅତିଥି ଭାବେ ନିର୍ବାହୀ ଯନ୍ତ୍ରୀ ଯୋଗ ଦେବା ସହ ଡିଭିଜନର ଅନେକ ପଦାଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।