ରୋଟାରୀ କ୍ଲବ ଚୌଦ୍ୱାର ପକ୍ଷରୁ ରୋଟାରୀ କର୍ପୋରେଟ ଏକ୍ସଲେନ୍ସ

ଚୌଦ୍ୱାର(ଶିବବ୍ରତ ଦାସ )
ରୋଟାରୀ କ୍ଲବ୍ ଚୌଦ୍ୱାର ତରଫରୁଆୱାର୍ଡ ପ୍ରଦାନ “ରୋଟାରୀ କର୍ପୋରେଟ ଏକ୍ସେଲେନ୍ସ ଅୱାର୍ଡ ‘ ପ୍ରଦାନ କାର୍ଯ୍ୟକ୍ରମ କପାଳେଶ୍ୱର ଶ୍ରୀ ସାଇ ବିହାର ସ୍ଥିତ ରୋଟାରୀଭବନ ଠାରେ ଆୟୋଜିତ ହୋଇଯାଇଛି। ଏଥିରେ ପୂର୍ବବର୍ଷ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଯଜ୍ଞାଶିଶ ମାହାପାତ୍ର ମୂଖ୍ୟ ଅତିଥି, ପାରାଦୀପ କଲେଜ୍ ର ପୁର୍ବତନ ଅଧ୍ୟକ୍ଷ ରୋଟାରୀଆନ ଡଃ ସୁରେନ୍ଦ୍ର ମୋହନ ମିଶ୍ର ମୂଖ୍ୟବକ୍ତା ଏବଂ ଵିଶିଷ୍ଟ ଅତିଥି ଭାବେ ଦ ବି .ଆଇ.ପି.ଏଫ୍ ସ୍କୁଲ୍ ର ଅଧ୍ୟକ୍ଷ ହରିଶ୍ ଚୌଧୁରୀ ଯୋଗ ଦେଇଥିଲେ। କ୍ଳବ୍ ସଭାପତି ସଂଜିତ୍ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ତରର ସାତଜଣ ଵିଶିଷ୍ଟ ବ୍ୟକ୍ତି ଯଥା ଡାକ୍ତର ରବୀନ୍ଦ୍ର କୁମାର ମହାପାତ୍ର, ସ୍ୱାସ୍ଥ୍ୟସେବା, ଶ୍ରୀମତୀ ନିରଜା କାନ୍ତି ମାହାପାତ୍ର ଗ୍ରାମାଞ୍ଚଳ ରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପ୍ରତିଷ୍ଠା କ୍ଷେତ୍ରରେ। ପ୍ରମୋଦକୁମାର ସାହୁ କେନ୍ଦ୍ରାପଡ଼ା କ୍ରେଡିଟ କୋ ଅପରେଟିଭ
ସୋସାଇଟୀ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ। ଶିଳ୍ପୋଦ୍ୟୋଗୀ ସୌଭାଗ୍ୟ ରଂଜନ ବେଉରା, ଅଧ୍ୟକ୍ଷ ମାରୁତି ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରି। ସାହିତ୍ୟ କ୍ଷେତ୍ର ରେ ‘କଥା କଥା କଵିତା କଵିତା ‘ ତ୍ରୟମାସିକ ପତ୍ରିକା ର ସମ୍ପାଦକ କବି ଅକ୍ଷୟ କୁମାର ବେହେରା। ଜଣେ ନିଷ୍ଠାପର ଓ ଲୋକପ୍ରିୟ ସରକାରୀ କର୍ମଚାରୀ ତପନ କୁମାର ସାହୁ ଏବଂ କଳା କ୍ଷେତ୍ରରେ ଓଡ଼ିଶୀ ନୃତ୍ୟଗୁରୁ ରମାକାନ୍ତ ସାହୁଙ୍କୁ ମୁଖ୍ୟ ଓ ଅନ୍ୟ ଅନ୍ୟଅତିଥି ମାନଙ୍କ ଦ୍ୱାରା ଉତ୍ତରୀ, ମାନପତ୍ର ଓ ଵୃକ୍ଷ ଚାରା ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଡାକ୍ତର ଶ୍ରାବଣୀ ବନ୍ଦ୍ୟୋପାଧ୍ୟାୟ ଙ୍କ ଦ୍ଵାରା ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ,ମଞ୍ଚ ପରିଚାଳନା ରେ ସଂପାଦକ ରବୀନ୍ଦ୍ର କୁମାର ସାହୁ, ଶରତ କୁମାର ଖୁଣ୍ଟିଆ, ପ୍ରତାପ କୁମାର ଶତପଥୀ, ପଵିତ୍ର ମୋହନ ସାହୁ, ଶୁଭ୍ରାଂଶୁ ଭୂଷଣ ସାହୁ, ଇଂରାଜୀ ଅଧ୍ୟାପକ ସୁକାନ୍ତକୁମାର ସାହୁ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ସଂବର୍ଦ୍ଧନା ମାନପତ୍ର ପାଠ କରୁଥିଲେ ଡାକ୍ତର ଅମିତ୍ କୁମାର ପୃଷ୍ଟି, ଅନସୂୟା ପୃଷ୍ଟି, ଅନୀତା ସାହୁ, ଆଡଭୋକେଟ୍ ସରିତା ଦାସ ଏବଂ ଭାରତୀ ମହାନ୍ତି। କାର୍ଯ୍ୟକ୍ରମ ପରିଚାଳନା ରେ ରୋଟରକ୍ଟ୍ ଭାସ୍କର ମହାପାତ୍ର, ବି ହେମନ୍ତ କୁମାର, ବିକାଶ କୁମାର ଗିରି ଏବଂ ଧନ୍ୟ ବାଦ ପ୍ରଦାନ କରିଥିଲେ ରୋଟାରୀ ଆନ ଜୟଶ୍ରୀ ମହାନ୍ତି।କାର୍ଯ୍ୟକ୍ରମ ପ୍ରାରମ୍ଭ ଏବଂ ଶେଷରେ ତ୍ରିନେତ୍ର କଳାକୁଞ୍ଜ ର ଶିଶୁକଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ।