ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ

ବେଲଗୁଣ୍ଠା ୦୨/୦୭ (ବିନାୟକ ଗୌଡ଼, ଓଡ଼ିଶା ଟୁଡେ): ଗୁରୁବାର ଦିନ ଗଞ୍ଜାମ ଜିଲ୍ଲା ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ, ନାଟଙ୍ଗା ଠାରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ କରାଯାଇଛି  ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଡୋକି ସରୋଜିନୀଙ୍କ ନେତୃତ୍ୱରେ ଏକ ସଚେତନତା ରାଲିରେ ଛାତ୍ର ଛାତ୍ରୀ ମାନେ ଗ୍ରାମରେ ପରିକ୍ରମା କରି ବିଦ୍ୟୁତ ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରିଥିଲେ । ପରେ ଏକ ସଚେତନତା ବୈଠକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଇକୋ କ୍ଲବ ଏବଂ ଏନର୍ଜି କ୍ଲବର ଭାରପ୍ରାପ୍ତ ଶିକ୍ଷକ ପ୍ରଭାତ କୁମାର ଗୌଡ଼ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ରାଲି ମାଧ୍ୟମରେ ବିଦ୍ୟୁତର ସୁରକ୍ଷିତ ବ୍ୟବହାର, ବିଦ୍ୟୁତ ଦୁର୍ଘଟଣାରୁ ସତର୍କତା ଏବଂ ଶକ୍ତି ସଞ୍ଚୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ।