ବେଲଗୁଣ୍ଠା ବ୍ଲକର ୬ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଓ ବିଇଓ କାର୍ଯ୍ୟାଳୟ ନୂତନ କିରାଣୀଙ୍କୁ ସ୍ୱାଗତ

ବେଲଗୁଣ୍ଠା ୦୨/୦୭ (ବିନାୟକ ଗୌଡ଼, ଓଡ଼ିଶା ଟୁଡେ): ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନ ୬ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ବିଇଓ କାର୍ଯ୍ୟାଳୟରେ ନୂତନ ଭାବେ ଯୋଗ ଦେଇଥିବା ଅଫିସ ସହାୟକ କିରାଣୀଙ୍କୁ ସ୍ୱାଗତ କରାଯାଇଛି । ଏ ଅବସରରେ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଅବସର ନେଇ ସାରିଥିବା ଖାରିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମୀର କୁମାର ଜେନା, ଇଙ୍ଗିନାଠି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି.ବାଲରାଜ ଆୟେଙ୍ଗାର, ବରପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀନିବାସ ବେହେରା,ଲୁଦୁଲୋଦି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଂଯୁକ୍ତା ପାତ୍ରଙ୍କୁ ଗୋଷ୍ଠି ଶିକ୍ଷା ଅଧିକାରୀ ଲୋପମୁଦ୍ରା ରଥ ଅବସରକାଳୀନ ପେନସନ, ଗ୍ରାଚୁଟି ସହ ଉପଲବ୍ଧ ସରକାରୀ ସହାୟତା ପ୍ରଦାନ କରିଥିଲେ  ଏବଂ ଏନପିଏସ ଶିକ୍ଷକ ଭାବେ ଅବସର ନେଇଥିବା ଗୁଣ୍ଠପଲବା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଓ ଦହିମୁଣ୍ଡଳି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣପତି ପ୍ରଧାନଙ୍କୁ ମଧ୍ୟ ଆବଶ୍ୟକ କାଗଜପତ୍ର ହସ୍ତାନ୍ତର କରିଥିଲେ । ଅନ୍ୟପଟେ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ନୂତନ ଭାବେ ସହାୟକ କିରାଣୀ ଭାବେ ଯୋଗ ଦେଇଥିବା ସୀମା ପଟ୍ଟନାୟକଙ୍କୁ ଶିକ୍ଷକ ,ଶିକ୍ଷୟତ୍ରୀ ମାନେ ସ୍ୱାଗତ କରିଥିଲେ। ମନୋଜ ପଟ୍ଟନାୟକ ଓ ମନୋରଞ୍ଜନ ବିଷୋୟୀଙ୍କ ସଂଯୋଜନାରେ ଅନୁଷ୍ଠିତ ବିଦାୟ ସମ୍ବର୍ଦ୍ଧନା ବୈଠକରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପମୁଦ୍ରା ରଥଙ୍କ ସମେତ ଏବିଇଓ ସନ୍ତୋଷ କୁମାର ପାତ୍ର, ପ୍ରଶାନ୍ତ କୁମାର ପଟ୍ଟନାୟକ, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି କୃଷ୍ଣଚନ୍ଦ୍ର ସେଠୀ, ସିଆରସିସି ଅନନ୍ତ ସେଠି,ରମେଶ କୁମାର ପାଣିଗ୍ରାହୀ,ଛାୟାକାନ୍ତ ମହାପାତ୍ର,ରଞ୍ଜିତ କୁମାର ସାହୁ,ଶୀତଳ ପ୍ରସାଦ ଜେନା,ସତ୍ୟ ଶିଅ, କେଦାର ପ୍ରଧାନ,ଟୁକୁନା ବେହେରା ଓ ସୁକାନ୍ତଙ୍କ ସମେତ ପ୍ରାୟ ୭୦ଜଣ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ସନିତ ଜେନା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।