
ଛତ୍ରପୁର : ୧୦/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଦୀର୍ଘ ବର୍ଷ ଧରି ଲାଗି ରହିଥିବା ହୁମା ଓଭର ବ୍ରିଜ୍ କେବେ ନିର୍ମାଣ ହେବ ତାହା କହିହେବନି । ଆପଣ ମାନେ ଜାଣିଥିବେ ଜିଲ୍ଲାର ସମସ୍ତ ଓଭର ବ୍ରିଜ ସଫଳ କାର୍ଯ୍ୟ ହୋଇଥିଲେ ମଧ୍ୟ ପଛରେ ପଡ଼ିଛି ହୁମା ଓଭର ବ୍ରିଜ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ନିନ୍ଦା କରିଛନ୍ତି । ଦୀର୍ଘ ବର୍ଷ ଧରି ଏହି ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଥିବା ବେଳେ ଏବେ ଦୁର୍ଘଟଣା ର ହବ୍ ପାଲଟିଛି ହୁମା ଓଭର ବ୍ରିଜ୍ ଛକ । ଏହି ଛକ ରେ ଦୁର୍ଘଟଣା ର ଶିକାର ହେଉଛନ୍ତି ,ଯେଉଁଥିରେ ମୂଲ୍ୟ ବାନ୍ ଜୀବନ ଚାଲିଯାଉଛି । ଏହି ଓଭର ବ୍ରିଜ ନିର୍ମାଣ ବେଳେ ସମସ୍ତ ବିଭାଗର ଅଧିକାରୀମାନେ ମାନେ ଆସି ଦେଖା ଦେଖି କରି ଥିଲେ ମଧ୍ୟ କୌଣସି ସୁଫଳ କାର୍ଯ୍ୟ ହେଉନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ୨୦୨୬ ମସିହା ଶେଷ ଆଡ଼କୁ ଆସିଲେ ମଧ୍ୟ ଏହି ଓଭର ବ୍ରିଜ୍ ସେମିତି ହିଁ ରହିଛି । ଏହି ଛକ ଠାରେ ବହୁ ଦୁର୍ଘଟଣା ଘଟି ଗୋଟିଏ ପରେ ଗୋଟିଏ ଜୀବନ ଚାଲିଯାଉଛି । ଗତ କିଛି ଦିନ ତଳେ ଜଣେ ୬୫ ବର୍ଷୀୟ ବୃଦ୍ଧ ସେହି ରାସ୍ତା ଦେଇ ହୁମା ବଜାର କୁ ଆସୁଥିବା ବେଳେ ରାସ୍ତା କାମ କଦର୍ଯ୍ୟ ହୋଇ ଗୁଡ଼ି ବାହାରି ଥିବା ଯୋଗୁଁ ସାଇକେଲ ଚକା ସ୍ଲିପ୍ ହୋଇ ଟ୍ରକ୍ ଚକାରେ ଚାପି ହୋଇ ଜୀବନ ଚାଲିଗଲା । ବର୍ତ୍ତମାନ ଗୋଟିଏ ରାସ୍ତାରେ ଦୁଇ ଲାଇନ୍ ଗାଡ଼ି ଯାଉଥିବା ବେଳେ ବହୁତ୍ ଅସୁବିଧାର ସମ୍ମୁଖୀନ ହେବା ସହ ଦୁର୍ଘଟଣା ଘଟୁଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଗୋଟିଏ ଲାଇନ୍ ଓଭର ବ୍ରିଜ୍ କାମ କିଛି ମାତ୍ରାରେ ସରିଥିବା ଯୋଗୁଁ ସେହି ରାସ୍ତାରେ ଗାଡ଼ି ଗୁଡାକୁ ଛାଡୁଥିଲେ । କିନ୍ତୁ ସେହି ରାସ୍ତାରେ ଛାଡ଼ିବାର କିଛି ଦିନ ନ ହୋଇ ଏବେ ମୃତୁ କୁ ଡାକୁଛି ଏହି ଓଭର ବ୍ରିଜ୍ । ହୁମା ଫାଣ୍ଡି ଠାରୁ ଷ୍ଟେଟ୍ ବ୍ୟାଙ୍କ୍ ପଯ୍ୟନ୍ତ ଯେଉଁ ଓଭର ବ୍ରିଜ୍ ନିର୍ମାଣ ହୋଇଛି ସେହି ରାସ୍ତାରେ ଖାଲ ଓ ଗୁଡ଼ି ବାହାରି ଯାଇଛି ଯାହା ଫଳରେ ମୁର୍ତୁ ମୁଖକୁ ଡକା ଯାଉଛି । ଏହି ଓଭର ବ୍ରିଜ୍ ର ଗୋଟିଏ ଲାଇନ୍ କାମ ସାରିଥିଲେ ମଧ୍ୟ ରାସ୍ତାରେ ଖାଲ ହୋଇ ବର୍ଷା ଜଳ ଜମି ରହିଥିବା ଦେଖିବାକୁ ମିଳିଛି । ଗତ ବୁଧବାର ଜଣେ ବାଇକ୍ ଆରୋହୀ ବ୍ରେକ ମାରିବା ପରେ ଚକା ଖସି ପଡ଼ି ଯାଇଥିଲେ ଆଉ ଅଳ୍ପକେ ମୃତୁ ମୁଖରୁ ବର୍ତ୍ତି ଯାଇଥିଲେ । ଆଗାମୀ ଦିନରେ ଯଦି ଏହି ଓଭର ବ୍ରିଜ୍ ସମ୍ପୃଣ କାର୍ଯ୍ୟ କ୍ଷମ ନ ହୁଏ ତାହାହେଲେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯିବା ର ଆଶଙ୍କା ରହିଛି । ଏହି ୧୬ ନମ୍ବର୍ ଜାତୀୟ ରାଜପଥ କଡ଼ରେ ହୁମା ବୀରଭଦ୍ର ହାଇସ୍କୁଲ ଥିବାରୁ ସେହି ରାସ୍ତା ଦେଇ ସ୍କୁଲ ଛାତ୍ର ଛାତ୍ରୀ ମାନେ ଭୟ ଵିତ ରେ ଯିବା ଆସିବା କରୁଛନ୍ତି କିନ୍ତୁ ଏଥିପ୍ରତି କେହି ଧ୍ୟାନ ଦେଉ ନଥିବା ଅବିବହକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ରାସ୍ତା ଦେଇ ରାଜ୍ୟ ସରକାର ଙ୍କ ସମସ୍ତ ମନ୍ତ୍ରୀ ମାନେ ଯାତାୟତ କରୁଛନ୍ତି ହେଲେ କୌଣସି ପ୍ରକାର ଫଳପ୍ରଦ ହେଉନାହିଁ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଏହି ଓଭର ବ୍ରିଜ୍ ରେ ସଠିକ୍ ଭାବେ କାର୍ଯ୍ୟ ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ହୁମା ଓଭର ବ୍ରିଜ୍ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ଭିତରେ ନ ହୁଏ ତାହେଲେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।