ଫସର ଫାଟିଲା ଚୌଦ୍ୱାର ବିଜୁ ମହିଳା ଦଳର ଇସ୍ତଫା

ଚୌଦ୍ୱାର (ଶିବବ୍ରତ ଦାସ )
ଚୌଦ୍ୱାର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳରେ ଚାଲିଥିବା ଗୋଷ୍ଠୀ ବିବାଦ ମଧ୍ୟରେ ମହିଳା ସଂଗଠନର ସାମୂହିକ ଇସ୍ତଫା ଚର୍ଚ୍ଚା ସମ୍ପୂର୍ଣ୍ଣ ଫସର ଫାଟିଯାଇଛି । ଦଳର ବରିଷ୍ଠ ନେତୃତ୍ୱଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରି ଶତାଧିକ ମହିଳା କର୍ମୀ ଦଳ ଛାଡୁଥିବା ନେଇ ଯେଉଁ ଦାବି କରାଯାଉଥିଲା, ତାହା କେବଳ ଏକ ରାଜନୈତିକ ଷ୍ଟଣ୍ଟ ବୋଲି ପ୍ରମାଣିତ ହୋଇଛି । ବାସ୍ତବରେ ଆୟୋଜିତ ବୈଠକରେ ମାତ୍ର କିଛି ହାତଗଣତି ମହିଳାଙ୍କ ଯୋଗଦାନକୁ ନେଇ ଏହି ଇସ୍ତଫା ପ୍ରକ୍ରିୟା ଶେଷ ହୋଇଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହସର ଖୋରାକ ଯୋଗାଇଛି ।ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ଚୌଦ୍ୱାର ବିଜେଡି ମଧ୍ୟରେ ଅନ୍ତଃକନ୍ଦଳ ତୀବ୍ର ହୋଇଥିଲା । ଦଳର ମହିଳା ଶାଖାର କିଛି ଅସନ୍ତୁଷ୍ଟ ଗୋଷ୍ଠୀ ସାମୂହିକ ଇସ୍ତଫା ଦେବା ପାଇଁ ଏକ ସଭାର ଆୟୋଜନ କରିଥିଲେ । ଶତାଧିକ ମହିଳା ଏହି ସଭାରେ ଯୋଗ ଦେଇ ନିଜର ଦଳୀୟ ପଦବୀରୁ ଇସ୍ତଫା ଦେବେ ବୋଲି ପ୍ରଚାର କରାଯାଇଥିଲା । ମାତ୍ର ବୈଠକ ସ୍ଥଳରେ ଦେଖିବାକୁ ମିଳିଥିଲା ଓଲଟା ଚିତ୍ର କିଛି ଦିନ ତଳେ ବ୍ୟାଘ୍ରବାହିନୀ ଆଇବିରେଚର୍ଚିତ ଥିବା ଯୁବ ନେତା ଏହି କାର୍ଯ୍ୟକୁ ନେତୃତ୍ୱ ଦେଉଥିଲେ । ଉକ୍ତ ସଭାରେ ମହିଳାଙ୍କ ଉପସ୍ଥିତି ନଗଣ୍ୟ ଥିବା ବେଳେ ମାତ୍ର ଅଳ୍ପ କେତେଜଣ ମହିଳାଙ୍କୁ ନେଇ ନେତ୍ରୀମାନେ ଇସ୍ତଫା ପତ୍ର ଗଣମାଧ୍ୟମ ସାମ୍ନାରେ ପ୍ରଦର୍ଶନ କରିଥିଲେ ।ଏହି ଘଟଣା ପରେ ବିଜେଡି ଶିବିରରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଛି ଯେ, ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବାରେ ବିଫଳ ହେବା ପରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଏଭଳି ଡ୍ରାମା ରଚନା କରିଥିଲେ । ତେବେ ତୃଣମୂଳ ସ୍ତରରେ ବିଜୁ ମହିଳା ଜନତା ଦଳ ଏବେ ମଧ୍ୟ ସୁଦୃଢ଼ ରହିଛି ଏବଂ ଏହି ହାତଗଣତି ମହିଳାଙ୍କ ଗତିବିଧି ଦଳ ଉପରେ କୌଣସି ଫରକ ପକାଇବ ନାହିଁ ବୋଲି ସ୍ଥାନୀୟ ବିଜେଡି କର୍ମୀମାନେ ପ୍ରକାଶ କରିଛନ୍ତି ।କିନ୍ତୁ ପୂର୍ବତନ ବିଧାୟକଙ୍କ ନିମନ୍ତ୍ରଣରେ ଖବର ସଂଗ୍ରହ ପାଇଁ ଯାଇଥିବା ସମୟରେ ଦୁଇ ନମ୍ବର ୱାର୍ଡର ସଭାନେତ୍ରୀ ସାରଦା ଭାରତୀ କାନୁନଗୋ ଯିଏ ଉକ୍ତ ଆଇବି ଘଟଣାରେ ଏକ ଚର୍ଚିତ ଚେହେରା ସିଏ ପୁଣି କିଛି ବିଜେଡି ନେତାଙ୍କ କଥାରେ ପଡି ଗଣ ମାଧ୍ୟମ ପ୍ରତିନଧିଙ୍କୁ ଅପମାନ କରିବା ସୂଚାଉଛି କେତେ ସଚେତନ ସେମାନେ ଓ ତାଙ୍କର ଇସ୍ତଫା ନାଟକ ।