
ବ୍ରହ୍ମପୁର: ବ୍ରହ୍ମପୁର ନିମଖଣ୍ଡି ଥାନା ବାସୁଦେବ ନଗରରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା । ମହିଳାଙ୍କ ବାପା ସୁବାଷ ମିଶ୍ରକୁ ଗିରଫ କଲା ନିମଖଣ୍ଡି ଥାନା ପୋଲିସ । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜଣକ ନିଜ ବାପାଙ୍କ ନାଁରେ ସଙ୍ଗୀନ ଅଭିଯୋଗ କରିବାର ଏକ ଭିଡ଼ିଓ ଭାଇରଲ ହୋଇଥିଲା । ମୋବାଇଲ ଚାଟ୍ ଓ ମହିଳାଙ୍କ ବୟାନକୁ ଭିତ୍ତି କରି ସୁବାଷଙ୍କୁ ଗିରଫ କରିଛି ପୋଲିସ । ମହିଳାଙ୍କ ବାପା ତାଙ୍କୁ ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ନିର୍ବନ୍ଧ ପରେ ମଧ୍ୟ ସୁବାଷ ତାଙ୍କୁ ମାରପିଟ୍ କରୁଥିବା ନିଜ ବୟାନରେ କହିଛନ୍ତି । ଗତ ଗୁରୁବାର ମହିଳା ଜଣକ ନିଜ ଶାଶୁ ଘରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ବର୍ତ୍ତମାନ ଭୁବନେଶ୍ୱରର ଏମ୍ସରେ ଚିକିତ୍ସିତ ହେଉଛନ୍ତି । ଆତ୍ମହତ୍ୟା ପୂର୍ବରୁ ଏକ ଭିଡ଼ିଓ ଜାରି କରିଥିଲେ ସମ୍ପୃକ୍ତ ମହିଳା ।