
ବେଲଗୁଣ୍ଠା ୧୩/୦୭ (ବିନାୟକ ଗୌଡ଼): ଶନିବାର ଦିନ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବିଡିପୁର ଶାସନ ଗ୍ରାମର ଚନ୍ଦ୍ର ଶେଖର ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୭୭ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଗୌଡ଼ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ଅତିଥି ଭାବେ ବନ ପାଳ ବାସୁଦେବ ସେଠୀ, ବରଗାଁ ଧରଣୀ ଧର ଉଚ୍ଚ ବିଦ୍ୟାଳୟର ଅଫିସ ସହାୟକ ତଥା ପରିବେଶ ପ୍ରେମୀ ବିଦେଶି ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ର ଛାତ୍ରୀଙ୍କ ସହ ଅତିଥି ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଭିନ୍ନ ସ୍ଲୋଗାନ ଦେଇ ବିଡ଼ିପୁର ଗ୍ରାମ ପରିକ୍ରମା କରି ଲୋକଙ୍କୁ ସବୁଜ ପରିବେଶ ନେଇ ସଚେତନତା ସୃଷ୍ଟି କରିଥିଲେ । ପରେ ବିଦ୍ୟାଳୟ ପରିସର ଓ ବିଡ଼ିପୁର ଗ୍ରାମର ବିଭିନ୍ନ ସ୍ଥାନରେ ନୂତନ ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ବହୁ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷୟତ୍ରୀ ମଧୁସ୍ମିତା ସାହୁ, ଗଣିତ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ, ବିଜ୍ଞାନ ଶିକ୍ଷକ ତଥା ଇକୋକ୍ଲବ ଇନ ଚାର୍ଜ ସୁଶାନ୍ତ କୁମାର ସାହୁ , କ୍ରୀଡା ଶିକ୍ଷୟତ୍ରୀ ପ୍ରତିମା ରଥ , ହିନ୍ଦୀ ଶିକ୍ଷୟତ୍ରୀ ନମିତା କୁମାର ପାଳ,ଅଫିସ ଅର୍ଡରଲି ମମତା କୁମାରୀ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଥିଲେ । ସେହିଭଳି ବନ କର୍ମଚାରୀ ଅଖିଳ ଗୌଡ଼, ସୂର୍ଯ୍ୟ ଗୌଡ଼ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଉତ୍ସାହ ବୃଦ୍ଧି କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଗୌଡ଼ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।