
ଚୌଦ୍ୱାର (ଶିବବ୍ରତ ଦାସ ) ଚୌଦ୍ଵାର ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ପ୍ରେମ ତରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚୌଦ୍ଵାର ମ୍ୟୁନିସପାଲିଟି ଉଚ୍ଚ ବିଦ୍ୟାଳୟ ରେ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାର ର ଫଳନ୍ତି ବୃକ୍ଷ ପାଖାପାଖି ୪୦ଟି ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ସତ୍ୟସାଇ ସମିତି ର ଆବାହକ ସୁଧାଂଶୁ ଶେଖର ସାହୁ
ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ସମିତି ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ବେଶ୍ ଭଲ ଭାବରେ ସମ୍ପୂର୍ଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମିନାକ୍ଷୀ ପ୍ରଧାନ, ମିନତି ପାତ୍ର, ଆଧ୍ୟାତ୍ମିକ ସଂଯୋଜକ ରଞ୍ଜିତ କୁମାର ପ୍ରଧାନ,ସେବା ସଂଯୋଜକ ନବୀନ ରାଓ, ଯୁବ ସଂଯୋଜକ ସାଇ କୃଷ୍ଣ ଡୋରା, ଏସ ଆର ପି ଇନ୍ ଚାର୍ଜ ରାଜେଶ୍ କୁମାର ନାୟକ, ଜଗନ୍ନାଥ ଡୋରା, ସାଇ ଅର୍ପଣ ନାୟକ,ପ୍ରମୁଖ ଉପସ୍ଥିତ ରହିଥିଲେ।ସମିତି ର ମୂଖ୍ୟ ଲକ୍ଷ ଆଜିକାଲି ର ପରିବେଶ ଯେଉ ଭଳି ଭାବରେ ପ୍ରଦୂଷିତ ହେଇ ଗଲାଣି ବୃକ୍ଷ ରୋପଣ କରି କିଛି ଟା ନିୟନ୍ତ୍ରଣ କରିହେବ ବୋଲି ସେବା ସଂଯୋଜକ ନବୀନ ରାଓ ପ୍ରକାଶ କରିଥଲେ।