
ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ରାଜ୍ୟରେ ୩୫ ପୌର ସଂସ୍ଥା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର ପୌର ପରିଷଦ ଅଧ୍ୟକ୍ଷ ପଦ ମହିଳା ଙ୍କ ପାଇଁ ସଂରକ୍ଷିତ ଥିବା ଜଣାପଡ଼ିଛି ।
ବର୍ତ୍ତମାନ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ରୁ ପୌର ପରିଷଦ ହୋଇଥିବା ବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ଗୋପବନ୍ଧୁ ମହାପାତ୍ର ପୌରାଧ୍ୟକ୍ଷ ପଦ ରେ ରହିଛନ୍ତି । ତାଙ୍କ କାର୍ଯ୍ୟକାଳ ଆଗାମୀ ମାର୍ଚ୍ଚ ମାସରେ ସମାପ୍ତ ହେବାକୁ ଯାଉଛି। ସେଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପରି ସ୍ଥଳେ ମହିଳାଙ୍କ ପାଇଁ ଆସନ ସଂରକ୍ଷିତ ଥିବା ରୁ ସବୁ ଆକଳନ ସମୀକରଣ ଓଲଟା ପାଲଟା ହୋଇଯାଇଥିବା ଜଣାପଡିଛି। ତେବେ ଆଗାମୀ ୧୫ ଦିନ ମଧ୍ୟରେ ଆପତ୍ତି ପରାମର୍ଶ ପରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସଠିକ୍ ତଥ୍ୟ ଜଣାପଡ଼ିବ ଏବଂ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବ ।