କୁନି ରଥରେ ବିଜେ କରିଲେ ବଡ଼ ଠାକୁର

ଭଞ୍ଜନଗର ୧୬/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ପବିତ୍ର ରଥ ଯାତ୍ରାରେ ଭକ୍ତଙ୍କୁ ଭେଟିବା ପାଇଁ ବଡ ଦାଣ୍ଡ କୁ ବିଜେ କଲେ ମହାପ୍ରଭୁ। ପଲ୍ଲୀ ଠାରୁ ଦିଲ୍ଲୀ ସବୁଠାରେ ରଥଯାତ୍ରା ଚାଲିଛି।ଏସବୁ ଭିତରେ ପ୍ରଭୁ ଜଗନ୍ନାଥ ଙ୍କ କରୁଣା ରେ ବିମୋହିତ ହୋଇ ଭଞ୍ଜନଗର ସହରର ମହାରଣା ପରିବାର ତିଆରି କରିଛନ୍ତି କୁନି ରଥ।ଭଞ୍ଜନଗର ହାର୍ଟ ନଗର ନିକଟ ରେ ରହନ୍ତି ଯୁବ କାଠ କାରିଗର ରଞ୍ଜନ ଜ୍ୟୋତି ମହାରଣା।ଜଗନ୍ନାଥଙ୍କ ଅପାର କରୁଣା ରେ ଦୀର୍ଘ ଆଠ ବର୍ଷ ପରେ ମା ପ୍ରଣୀତା ମହାରଣା ଓ ତ୍ରିଲୋଚନ ମହାରଣା ଙ୍କ କୋଳ ମଣ୍ଡନ ହୋଇଥିଲା।ସେହିଦିନ ଠାରୁ ଜଗା ପରି ପୁଅ ଟିଏ ପାଇ ବେଶ ଖୁସିରେ ଅଛନ୍ତି। ପବିତ୍ର ରଥଯାତ୍ରା ଅବସରରେ ପୁଅ ରଞ୍ଜନ ଦୀର୍ଘ ଏକ ମାସ ଧରି, ରାତି ଅନିଦ୍ରା ହୋଇ ତିଆରି କରିଛନ୍ତି ଦୁଇ ଫୁଟ ଉଚ୍ଚତା ଓ ପନ୍ଦର ଇଞ୍ଚ ଚଉଡା ର ସୁନ୍ଦର ରଥ। ଅର୍ଥ ଅଭାବ ରୁ ଯୁକ୍ତ ଦୁଇ ପାଠ ପଢ଼ାରୁ ଡୋରି ବାନ୍ଧି ଥିବା ବେଳେ କାଳିଆ ର ଡୋରୀରେ ସେ ଏମିତି ବାନ୍ଧିଲେ ଯେ ସେଥିରୁ ମୁକୁଳି ପାରିଲେ ନାହିଁ। ପିଲା ବେଳୁ ଜଗନ୍ନାଥ ଙ୍କ ଭକ୍ତିରେ କରୁଣା ରେ ଚାଲୁଥିବା ଗରିବ ମହାରଣା ପରିବାର ପାଖରେ କିଛି ନାହିଁ କିନ୍ତୁ ତାଙ୍କ ପାଖରେ ଅଛି ବିଶ୍ୱାସ ଓ ସେହି ବିଶ୍ୱାସ ରେ ପ୍ରଭୁଙ୍କ ପାଇଁ ତିଆରି କରିଛନ୍ତି ରଥ ଟିଏ।ସେ ତିଆରି କରିଥିବା ରଥରେ ସାରଥୀ,ଓଲଟା ଶୁଆ ସହ ଚାରୋଟି ଘୋଡା ରଥର ଶୋଭା ବଢ଼ାଉଛି। ତାଙ୍କ ପରିବାର ସହ ଆମ ଭଞ୍ଜନଗର ପ୍ରତିନିଧି ଙ୍କ ସହ ସ୍ୱତନ୍ତ୍ର ଆଲୋଚନା ସମୟରେ ଭକ୍ତି ର ଗଦଗଦ ହୋଇ କାଳିଆର ଲୀଳା କୁ ବଖାଣି ଥିଲେ। କାଳିଆର ଆଶୀର୍ବାଦ ରେ ପୁଅଟି ପାଇ ସେ ମାନେ ବେଶ ଆନନ୍ଦରେ ଅଛନ୍ତି।ପବିତ୍ର ରଥଯାତ୍ରା ରେ ପୁଅ ତିଆରି କରିଥିବା ଛୋଟିଆ ରଥରେ ପ୍ରଭୁ ଜଗନ୍ନାଥଙ୍କୁ ପୂଜା ଅର୍ଚ୍ଚନା ପରେ ରଥରେ ବିଜେ କରାଇବେ।
ସତରେ ଦର୍ଶକ ବନ୍ଧୁ ଭକ୍ତ ଟିଏ ତିଆରି କରିଥିବା ରଥଟିଏ ଛୋଟିଆ ହୋଇ ପାରେ କିନ୍ତୁ ତା ପାଇଁ ଭକ୍ତି ଓ ତା ପ୍ରଭୁ ଜଗନ୍ନାଥ ବଡ।