
ଭଞ୍ଜନଗର ୧୭/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଆଜିର ପବିତ୍ର ଦିନରେ ବାଉଁଶଲୁଣ୍ଡି ଗ୍ରାମର ଲକ୍ଷ୍ମୀ ବିହାର ପାଟଖଣ୍ଡା ମନ୍ଦିର ଠାରେ ପରିବେଶ ସଚେତନତା ଏବଂ ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟ ଅନୁଷ୍ଠିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନିୟ ଅଂଚଳର ବହୁ ମହିଳା ଏବଂ ପୁରୁଷ ଉପସ୍ଥିତ ରହିଥିଲେ କେନ୍ଦ୍ରୀୟ ବନାଞ୍ଚଳ ର ଜିଲୁଣ୍ଡି ଚାରା ପ୍ରସ୍ତୁତ କେନ୍ଦ୍ରରୁ କଇଠ, ବେଲ, ଅଁଳା, ଗଙ୍ଗଶିଉଳି ଇତ୍ୟାଦି ପଚାଶରୁ ଅଧିକ ଚାରାଆଣି ଉପସ୍ଥିତ ଭକ୍ତ ମାନଙ୍କୁ ନିଜ ନିଜ ବାଡ଼ିରେ ରୋପଣ କରିବାକୁ ବଣ୍ଟନ କରାଯିବା ସାଥେ ସାଥେ ଅତିଥି ଏବଂ ବୃକ୍ଷପ୍ରେମିଙ୍କ ଦ୍ୱାରା ଚାରା ରୋପଣ କରାଯାଇଛି l ପରିବେଶ ସୁରକ୍ଷା ମୁଖ୍ୟତଃ ଚାରାଟିଏ ରୋପଣ କରି ତାର ଯତ୍ନ ନେବା ଏବଂ ପ୍ରତି ପରିବାର ଗୋଟିଏ ଚାରା ରୋପଣ ସହିତ ତୁଳସୀ ଗଛଟିଏ ଯେପରି ଲକ୍ଷ୍ମୀ ବିହାର ଅଞ୍ଚଳର ସବୁରି ଘରେ ରହିବ ସେଥିପାଇଁ ଧ୍ୟାନ ଦେବାଜୁ ଶପଥ ପାଠ କରା ଗଲା l ଏହି କାର୍ଯ୍ୟକ୍ରମରେ ଅତିଥିମାନେ ପରିବେଶ ସୁରକ୍ଷା ଯଥା ମାଟି, ପାଣି, ପବନ ଏବଂ ମୁଖ୍ୟତଃ ବୃକ୍ଷ ଏବଂ ବନର ସୁରକ୍ଷା ବାବଦରେ ବଜ୍ତବ୍ୟ ରଖୁଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଶିକ୍ଷଜ ନେତା ଜଗବନ୍ଧୁ ଜେନା, ରୋଟାରୀଆନ ସନ୍ତୋଷ ଜୁମର ଜେନା, ଅବସର ପ୍ରାପ୍ତ ପୋଲିସ କର୍ମଚାରୀ ପ୍ରମୋଦ ଜୁମାରସେଠି ସେଶିକ୍ଷାବିତ ସୁବାସ ଚନ୍ଦ୍ର ତ୍ରିପାଠୀ, ବୃକ୍ଷପ୍ରେମୀ ବଂଶୀଧର ପ୍ରଧାନ ଯୋଗ ଦେଇ ଥିବା ବେଳେ ସ୍ଵେଛାସେବୀ ସତ୍ୟନାରାୟଣ ନାୟକ ଙ୍କ ସମେତ ବହୁ ସ୍ବେଛାସେବୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି l ପରିବେଶ ପ୍ରେମି ତଥା ସାମାଜିକ କର୍ମୀ ଶୂଳପାଣି ଶତପଥୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅନ୍ୟତମ ସ୍ଵେଛାସେବୀ ସୁଭାଶିଷ ମହାପାତ୍ର ଚାରା ଆଣିବା ଏବଂ ଚାରା ବଣ୍ଟନ କାର୍ଯ୍ୟକରିଥିଲେ l ମନ୍ଦିର ପୂଜକ ମା ପାଟ ଖଣ୍ଡାଙ୍କ ନିକଟରେ ପୂଜା ଆଳତୀ ଭୋଗ କରିବା ପରେ ସମସ୍ତ ଭକ୍ତ ପ୍ରସାଦ ସେବନ କରିଥିଲେ l ସମସ୍ତ ଭକ୍ତ, ଅତିଥି ଏବଂ ସ୍ବେଛାସେବୀ ଙ୍କୁ ସ୍ଥାନିୟ ଭକ୍ତ ବିଷୋୟୀ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ, ଶେଷରେ କୃଷ୍ଣଚନ୍ଦ୍ର ବିଶୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।