
ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ କୁଲାଡ଼ ଗ୍ରାମରେ କେଉଁ ଆଦିମ କାଳରୁ ଭଞ୍ଜବଂଶିୟ ଦ୍ୱାରା ନିର୍ମିତ ଜଗନ୍ନାଥ ମନ୍ଦିର, ଦ୍ଵିତୀୟ ଶ୍ରୀକ୍ଷେତ୍ର ବୋଲାଉଥିବା ଏହି ମନ୍ଦିର ପୁରୀ ଶ୍ରୀମନ୍ଦିର ସହ ସମାନ ବୋଲି କୁହାଯାଏ । ଯେଉଁ ସମୟରେ ପୁରୀରେ ଶ୍ରୀ ମନ୍ଦିରରୁ ପଥର ଖସିଥିଲା ସେହିସମୟରେ କୁଲାଡ଼ ଜଗନ୍ନାଥ ମନ୍ଦିରରୁ ମଧ୍ୟ ପଥର ଖସିଥିଲା । ତେଣୁ କୁଲାଡ଼ ରଥଯାତ୍ରା କୁ ବହୁ ଆଖ ପାଖ ଅଞ୍ଚଳରରୁ ଏଠି ପ୍ରାୟ ତିରିଶ ହଜାରରୁ ଉର୍ଦ୍ଧ ଜନସମାଗମ ହୋଇଥିଲେ । ଆଜି ସାଧାରଣ ରେ ଆଲୋଚନା ହେଉଛି ଯେ ପ୍ରସିଦ୍ଧ କୁଲାଡ଼ ରଥଯାତ୍ରା,ଯେଉଁ ଯାତ୍ରା ଭକ୍ତି ଏବଂ ପରମ୍ପରାର ପ୍ରତୀକ, ସେଇ ଯାତ୍ରାକୁ ନେଇ ଏବର୍ଷ ଉଠିଛି ଅନେକ ପ୍ରଶ୍ନ।
ରଥଯାତ୍ରା ଆମ ଆସ୍ଥାର ପ୍ରତୀକ। କିନ୍ତୁ ପରମ୍ପରା, ସୁରକ୍ଷା ଏବଂ ସ୍ୱଚ୍ଛତା ଉପରେ ଉଠୁଥିବା ଏଇ ପ୍ରଶ୍ନ ଗୁଡିକର ଉତ୍ତର କିଏ ଦେବ? ଭକ୍ତ ମାନଙ୍କ ଭକ୍ତି ଏବଂ ବିଶ୍ୱାସ କୁ କୁଠାର ଘାତ ହୋଇଛି । ବଡଦାଣ୍ଡରେ ରଥ ଗଡ଼ିଲା ବେଳେ କୌଣସି ବାହ୍ୟ ଶାରୀରିକ ଶକ୍ତି ର ଆବଶ୍ୟକ ନଥାଏ, ସେଠି ରହିଥାଏ ଭକ୍ତ ଆଉ ଭଗବାନ ଙ୍କ ସମ୍ପର୍କ । ଯେଉଁଠି ଜେସିବି ମେସିନ ବ୍ୟବହାର କରି ଭକ୍ତ ମାନଙ୍କ ହୃଦୟକୁ କଷ୍ଟ ଦେଇଛି। ରଥ ଟଣା ହେବା ସମୟରେ ବେଳେ ବେଳେ ଭକ୍ତମାନଙ୍କୁ ପରୀକ୍ଷା କରିବା ପାଇଁ କିମ୍ବା ଭକ୍ତ ଭଗବାନଙ୍କ କ୍ରୀଡା ହେଉଥିଲା ଯେ ରଥ ଅବାଟକୁ ଅନେକ ଥର ଯାଇଛି, ଏହା କୌଣସି ନୂଆକଥା ନୁହେଁ। ରଥ ଯେତେବେଳେ ଅବାଟକୁ ଚାଲିଯାଏ, ସେତେବେଳେ ଭକ୍ତ ର ଭକ୍ତି ବଳରେ ହିଁ ରଥକୁ ସଜାଡି ଆଗକୁ ଟଣାଯାଇଥାଏ। ଏହି ରଥକୁ ଏକ ଗାଡି ଭାଵି ପ୍ରଶାସନ ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ଜେସିବି ମିସିନ ର ସହାୟତା ନେଇ ରଥକୁ ଆଗକୁ ଟଣାଯାଇଥିଲା ।
ଭଞ୍ଜନଗର ପ୍ରଶାସନ ଏବଂ ଏଣ୍ଡୋମେଣ୍ଟ କମିଟି ର ଅବ୍ୟବସ୍ଥା ଯୋଗୁ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଶହ ଶହ ବର୍ଷର ପରମ୍ପରାକୁ ଭାଙ୍ଗି ଦିଆଗଲା। ରଥଯାତ୍ରା କରିବାପାଇଁ ଭଞ୍ଜନଗର ପ୍ରଶାସନ ସମ୍ପୁର୍ଣ୍ଣ ଦାୟୀତ୍ୱ ନେଇ ଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଲା କାହିଁକି? । ରଥ ଯାଇ ପହଁଚିଲା ନାଳ ପାଖରେ ତାପରେ ଆଉ ପ୍ରଶାସନ ର ମୁଣ୍ଡ କାମ କଲାନି ଶେଷରେ ନିରୁପାୟ ହୋଇ ନିଜର ପଦ ପଦବୀ ର ଶକ୍ତି ଦେଖାଇ ଜେସିବି ମେସିନ୍ ଲଗାଇ ଟଣାଗଲା । ଜେସିବି ଦ୍ୱାରା ରଥ ପଛକୁ ଘୁଂଚିଲା ଏହା ବିଶ୍ୱରେ ଏକ ବିରଳ ଦୃଶ୍ୟ । ଯାହାକି ।ସନାତନ ସସ୍କୃତି ପ୍ରତି ଧାରଣା ନଥିବା ପ୍ରଶାସନ ର ଯୋଗୁଁ ଏପରି ଘଟିଲା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଏଠି ଉପସ୍ଥିତ ଥିଲେ ଏଣ୍ଡୋମେଣ୍ଟ କମିଟି ତଥା ଉପଜିଲ୍ଲାପାଳ, ତହସିଲଦାର, ଅତିରିକ୍ତ ତହସିଲଦାର । ଏଠି ପ୍ରଶ୍ନ ଉଠୁଛି – ଏହା କଣ ଭଗବାନଙ୍କ ପ୍ରତି ଅବମାନନା ନା ପ୍ରଶାସନର ମନମୁଖୀ ଶକ୍ତି ପ୍ରୟୋଗ ? ଅନ୍ୟପକ୍ଷରେ ଭଂଜନଗର ସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ ଦେଇ ଏହି ରଥ ଯାତ୍ରା ପର୍ବ କୁ ଡକାଯାଇଥିଲା କିନ୍ତୁ ସେଠାରେ ମାତ୍ର କିଛି ସାମ୍ବାଦିକ ଙ୍କୁ ରଥକୁ ଡାକି ବିଧାୟକ ଙ୍କ ଦ୍ୱାରା ସମ୍ମାନିତ କରାଗଲା। ଉପସ୍ଥିତ ଅନ୍ୟ ସାମ୍ବାଦିକ ମାନଙ୍କୁ ଅଣଦେଖା କରି ଅସମ୍ମାନିତ କରାଗଲା ।
ସମସ୍ତ ସତ୍ୟ ଖବର ପ୍ରକାଶ କରୁଥିବା ସାମ୍ବାଦିକଙ୍କୁ ଏଠି ଆକ୍ରୋଶ ଭାବ ରଖି ପରୋକ୍ଷରେ ଆସମ୍ନାନ କରିଥିବାବେଳେ , ସମ୍ନାନିତ ହୋଇଥିବା କିଛି ଉପସ୍ଥିତ ସାମ୍ବାଦିକ ଏଠି ନିରବ ଦ୍ରଷ୍ଟା ପାଲଟିଥିଲେ । ଯେଉଁ ଗଣମାଧ୍ୟମ ସବୁବେଳେ ଜଗନ୍ନାଥଙ୍କ ଖବର ଘରେ ଘରେ ପହଞ୍ଚାଏ, ତାଙ୍କୁ ହିଁ ଅଣଦେଖା କରାଗଲା। ଏହା କଣ ଗଣମାଧ୍ୟମ ସ୍ୱାଧୀନତା ଉପରେ କୁଠାର ଘାତ ନୁହେଁ କି ?
ରଥଯାତ୍ରା ଆମ ଗର୍ବ। ଏହିବର୍ଷ ର ଯାତ୍ରା ଏକ ଅବିସ୍ମରଣୀୟ ଏବଂ ସ୍ମୃତି ହୋଇ ରହିବ ।