ପବିତ୍ର ରଥଯାତ୍ରା ,୨୦୨୬ ଉପଲକ୍ଷେ ଅସ୍ଥାୟୀ ଆଇନ ସେବା କେନ୍ଦ୍ରର ଉଦ୍ଘାଟନ

ପୁରୀ ,(ପୁରୀ ଜିଲ୍ଲା ପ୍ରତିନିଧି ବଳରାମ ତ୍ରିପାଠୀ ଙ୍କ ରିପୋର୍ଟ ): ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦେଶ ଅନୁଯାଇ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ତଥା ଜିଲ୍ଲା ଓ ଦୌରାଜଜ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣାଙ୍କ ତତ୍ୱାବଧାନରେ ପୁରୀ ସରଧାବାଲିରେ ଏକ ଅସ୍ଥାୟୀ ଆଇନ ସେବା କେନ୍ଦ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ପବିତ୍ର ଘୋଷ ଯାତ୍ରା ସମୟର ବହୁଳ ଜନସମଗମକୁ ଦୃଷ୍ଟିରେ ରଖି ଏହି ଆଇନ ସହାୟତା କେନ୍ଦ୍ରଟିକୁ ଖୋଲାଯାଇଛି ଏବଂ ଏହା ୧୮ .୭.୨୦୨୬ to ୨୪.୭.୨୦୨୬ ଯାଏ ଲୋକଙ୍କୁ ବିଭିର୍ନ ଆଇନ ଗତ ସେବା ଦେବ ବୋଲି ସୂଚନା ଦିଆଯାଇଛି । ଏହି କେନ୍ଦ୍ର ମାଧ୍ୟମରେ ପବିତ୍ର ଘୋଷଯାତ୍ରା ସମୟରେ ଆସୁଥିବା ବହୁ ପର୍ଯଟକ ଏବଂ ସ୍ଥାନୀୟ ଲୋକଙ୍କୁ ମାଗଣା ଆଇନ ସେବା ଓ ପରାମର୍ଶ ଯୋଗାଇ ଦିଆଯିବା ପାଇଁ ମାନ୍ୟବର ବିଚାରପତି ମତ ପୋଷଣ କରିଛନ୍ତି । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ପୁରୀ ତରଫରୁ ଏହି କେନ୍ଦ୍ରରେ ନ୍ୟାୟରକ୍ଷକ ଏବଂ ଅଧିକାରୀ ମିତ୍ରଙ୍କୁ ମାଗଣା ଓ ନିରବଛିନ ଆଇନ ସେବା ଯୋଗାଇ ଦେବା ପାଇଁ ନିଯୋଜନ କରାଯାଇଛି। ଏହି ଭକ୍ତିପୂତ ପରିବେଶରେ ଅସଂଖ୍ୟ ପର୍ଯଟକଙ୍କ ଆଗମନର ସୁଯୋଗ ନେଇ ନିଶୁଳ୍କ ଆଇନ ସେବା ତଥା ଆଇନ ଗତ ବିବାଦର ବିଭିର୍ନ ସମାଧାନର ବିଭିର୍ନଉପାୟ, ନାଲସା ଦେୟମୁକ୍ତ ନମ୍ବର ୧୫୧୦୦ , Legal Service Management System(LSMS) , ମାନ୍ୟବର ସର୍ବାଚ ନାୟଳୟଙ୍କ ସ୍ଵତନ୍ତ୍ର ଲୋକ ଅଦାଲତ “ସମାଧାନ ସମାରୋହ ,୨୦୨୬” ଗୁଡିକର ପ୍ରଚାର ଓ ପ୍ରସାର ପାଇଁ ଉଭୟ ରାଜ୍ୟ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଗନ୍ତୁକ ମାନଙ୍କୁ ଜାତୀୟ ଆଇନ ସେବା ପ୍ରାଧିକରଣ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମୋଦିତ ଯୋଜନା , ସାମ୍ବିଧାନିକ ଅଧିକାର ଏବଂ ଅନ୍ୟାନ୍ୟ ଆଇନ ସେବା ସମ୍ବନ୍ଧୀୟ ପ୍ରଚାର ପତ୍ରମାନ ବାଣ୍ଟି ଥିଲେ। ସମାଜର ସମସ୍ତ ବର୍ଗର ଲୋକଙ୍କ ପାଇଁ ମାଗଣା ଓ ତ୍ଵରିତ ନ୍ୟାୟ ଆମର ଲକ୍ଷ୍ୟ ବୋଲି ମାନ୍ୟବର ନ୍ୟାୟମୂର୍ତି ମତପୋଷଣ କରିଛନ୍ତି । ଆଜିର ଏହି କାର୍ଯକ୍ରମରେ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ପରିତୋଷ କୁମାର ସେଠୀ, Registrar,ସିଭିଲ କୋର୍ଟ ଶ୍ରୀ ସୋଭେନ କାନୁନଗୋ ସମେତ ଜିଲ୍ଲା ଅଦଳତାର କର୍ମଚାରୀ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀବୃନ୍ଦ, ନ୍ୟାୟରକ୍ଷକ ଏବଂ ଅଧିକାରୀ ମିତ୍ର ଉପସ୍ଥିତ ରହିଥିଲେ।