ପାସ୍ ଥାଇ ସେବାୟତ ରାସ୍ତାରେ ହଟହଟା

ପୁରୀ,୧୭/୭(ପୁରୀ ଜିଲ୍ଲା ପ୍ରତିନିଧି ବଳରାମ ତ୍ରିପାଠୀ ଙ୍କ ରିପୋର୍ଟ ): ଶୁକ୍ରବାର ସକାଳେ ଗାଡ଼ି ପାସ୍‌ ଥାଇ ମୋଚି ସାହି ଛକଠାରେ ହଟହଟା ହୋଇଛନ୍ତି ଶ୍ରୀମନ୍ଦିରର ଛାମୁ ଖୁଣ୍ଟିଆ ସେବକ ଶମ୍ଭୁନାଥ ଖୁଣ୍ଟିଆ। ପୁଲିସ ପ୍ରଶାସନ ସେମାନଙ୍କ ନିଯୋଗକୁ ଗାଡ଼ି ପାସ୍‌ ଦେଇଥିଲେ। ନିଯୋଗ କର୍ମକର୍ତ୍ତା ସେବକମାନଙ୍କୁ ନମ୍ବରିଂ କରି ଦସ୍ତଖତ କରାଇ ପାସ୍ ଦେଇଥିଲେ। ବାଇକ୍ ଧରି ଶ୍ରୀ ଖୁଣ୍ଟିଆ ମୋଚି ସାହି ଛକ ଦେଇ ଘରକୁ ଆସିଲା ବେଳେ କଉଁ ବ୍ୟରତ ପୁଲିସ ଅଧୁକାରୀ ସେଠାରେ ତାଙ୍କୁ ଅଟକାଇଥିଲା। ନି ଯୋଗ ଦେଇଥି ଥିବା ବାଇକ୍ ପାସ୍‌କୁ ବେଆଇନ୍ କହି ପୁଲିସ ତାଙ୍କୁ ଛାଡ଼ି ନ‌ଥିବା ଅଭିଯୋଗ କରିସେ ରାସ୍ତାରେ ଧାରଣାରେ ବସିଥିଲେ। ପରେ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଯାଇ ଏନେଇ ଅଭିଯୋଗ କରିଥିଲେ। ଗୋଲାକାର ପାସ୍‌ ନକଲି ଓ ଚାରିକୋଣିଆ ପାସ୍‌ ଅସଲି ବୋଲି ତାଙ୍କୁ କୁହାଯାଇଥିଲା। ଉକ୍ତ ଗୋଲାକାର ପାସ୍‌ରେ ସେବାୟତ, ଟୁ ଟ୍ଵିଲର୍ ଓ ପୁରୀ ପୁଲିସ ଲେଖାଥିଲେ ସୁଦ୍ଧା ସେଥିରେ ବରିଷ୍ଠ ଅଧୁକାରୀଙ୍କ ଦସ୍ତଖତ କିମ୍ବା କୌଣସି ଷ୍ଟାମ୍ପ ନଥିଲା। ଏଣୁ ପୁଲିସ ତାଙ୍କୁ ଛାଡ଼ି ନଥିବା ସେ ଅଭିଯୋଗ କରିଥିଲେ। ହଜାର ହଜାର ସେବାୟତଙ୍କୁ ଏଭଳି ଅକାମୀ ପାସ୍‌ ବଣ୍ଟନ ହୋଇଥିବା ସ୍ଥଳେ ରଥ ଯାତ୍ରା ଭିଡ଼ରେ ଯଦି କେହି ସମୟରେ ଗୁଣ୍ଡିଚା ଘରେ ପହଞ୍ଚି ନପାରିଲେ ସେଥିପାଇଁ ମହାପ୍ରଭୁଙ୍କ ନୀତିରେ କିଛି ବିଳମ୍ବ ହେଲେ କିଏ ଦାୟୀ ହେବ ବୋଲି ଶ୍ରୀ ଖୁଣ୍ଟିଆ ପ୍ରଶ୍ନ କରିଛନ୍ତି।