ସାଇ ସ୍ପୋର୍ଟ୍ସ ପକ୍ଷରୁ ରକ୍ତଦାନ ଶିବିର

ଚୌଦ୍ୱାର (ଶିବବ୍ରତ ଦାସ )- ଚୌଦ୍ୱାର ପୌର ପାଳିକା ଅନ୍ତର୍ଗତ ଗୋଡିପାଟଣା ଠାରେ
ସାଇ ସ୍ପୋର୍ଟ୍ସ କ୍ଳବ ତରଫରୁ ରକ୍ତଦାନ ଶିବିର ହୋଇଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ନିଜର ଅଭିଭାଷଣ ରେ କିପରି ଭାବେ ଗୋଟିଏ ବୁନ୍ଦା ରକ୍ତ ଜୀବନରେ କିପରି ଭାବେ ସହାୟକ ହୁଏ ତାହା ମତ ପ୍ରକାଶ କରିଥିଲେ l ଏଥିସହିତ ଶ୍ରୀ ଜଗନ୍ନାଥ ମହାପ୍ରଭୁ ରଥଯାତ୍ରା ଚାଲିଥିବାରୁ ଏହା ଏକ ଅଭିନଵ ପ୍ରୟାସ. କ୍ଲବ ତରଫରୁ ଏହା ଏକ ଅଭିନଵ ପ୍ରୟାସ ବୋଲି କ୍ଳବର ସଦସ୍ୟ ଗଣମାଧ୍ୟମରେ ପ୍ରକାଶ କରିଥିଲେ l ଏହାସହିତ ଆଜି ୫୧ ରକ୍ତ ୟୁନିଟ ସଂଗ୍ରହ ହୋଇଛି ବୋଲି ସଙ୍ଘର କର୍ମୀ ବିଭବ କୁମାର ନାୟକ ମତ ପ୍ରକାଶ କରିଛନ୍ତି l ଆଜିର ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ପାରିଷଦ ଅଜୟ କୁମାର ବେହେରା, ଅର୍ଜିନି ବେହେରା, ଯୁବ ସଂଗଠକ ତୀର୍ଥାନନ୍ଦ ସୁବୁଦ୍ଧିରାୟ ଙ୍କ ସମେତ କର୍ମୀ ମାନେ ଉପସ୍ଥିତ ଥିଲେ l