
ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଆର୍. ବି. ଏସ. କନ୍ସୁଲ୍ଟଟେନ୍ସୀ ଭଞ୍ଜନଗର ତରଫରୁ ସ୍ଥାନୀୟ ରେଡ୍-କ୍ରସ୍ ରୋଡ ସ୍ଥିତ କାର୍ଯ୍ୟାଳୟ ରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଭୟ ଆୟୁର୍ବେଦ ଓ ଏଲୋପାଥି ପରାମର୍ଶ ଦାତା ଅଭିଜ୍ଞ ଡାକ୍ତର ଯୋଗ ଦେଇଥିଲେ ।
ସରକାରୀ ନିୟୋଜିତ, ଡକ୍ଟର ସଚ୍ଚିଦାନନ୍ଦ ସାହୁ ମହୋଦୟ (ବି.ଏମ୍.ଏ.ସ୍) ମେଡିକାଲ୍ ଅଫିସର୍ ଆୟୁଷ୍, ଏବଂ ଡକ୍ଟର ସୁରେଶ କୁମାର୍ ମହୋଦୟ (ଏମ୍.ବି.ବି. ଏସ୍) ମେଡିକାଲ୍ ଅଫିସର୍ ଉଭୟଙ୍କ ପରାମର୍ଶକ୍ରମେ ସ୍ବାସ୍ଥ୍ୟ ଶିବିର ପରିଚାଳିତ ହୋଇଥିଲା ।
ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ସମାଜସେବୀ ଶୁଳପାଣି ଶତପଥୀ, ଘୁମୁସର ବିକାଶ ପରିଷଦ ସଭାପତି ସୋମନାଥ ନାୟକ, ସରକାରୀ ଡ଼କ୍ଟର ସରୋଜ କୁମାର (ବି.ଏଚ.ଏମ୍.ସ୍), ସରକାରୀ ମେଡିକାଲ୍ କର୍ମଚାରୀ ନୃସିଂହ ସାହୁ ।
ଅତିଥି ଭାବେ ଯୋଗ ଦେଇଥିଲେ କ୍ୟାପଟେନ ମହେନ୍ଦ୍ର ସ୍ୱାଇଁ, ସମାଜସେବୀ ଓ ବ୍ୟବସାୟୀ ଶିବପ୍ରସାଦ ମହାପାତ୍ର, ସମାଜସେବୀ ଗୌରୀ ସାହୁ, ସମାଜସେବୀ ଓ ସରକାରୀ କିରାଣୀ ବିବେକାନନ୍ଦ ମହାପାତ୍ର, ଭଞ୍ଜନଗର ବାର ଆସୋସିଏସନର ସେକ୍ରେଟାରୀ ଧିରେନ କୁମାର୍ ସ୍ୱାଇଁ ମହୋଦୟ ।
କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିଥଲେ, ସମାଜସେବୀ ଓ ଉଦ୍ୟୋଗପତି ସୁଶାନ୍ତ ପାତ୍ର, ରେଶ୍ମା ଚୌଧୁରୀ, ହେଲ୍ପିଂ-ହ୍ୟାଣ୍ଡ ସଦସ୍ୟ ବିନାୟକ ମହାରଣା, ବିପଦର ବନ୍ଧୁ ଅନୁଷ୍ଠାନର ପପୁ ଭାଇ, ପ୍ରମୋଦ ଭାଇ, ଅରକ୍ଷିତ ଭାଇ, ଏ.ବି.ଭି.ପି ର ସଦସ୍ୟ ଆଦିତ୍ୟ ଭାଇ, ଖୁସି ଭଉଣୀ, କାର୍ଯ୍ୟାଳୟ ପ୍ରମୁଖ ସାଗର ସାହୁ, ସ୍ନେହଲତା ମିଶ୍ର ଏବଂ ବିଶ୍ୱରୂପ ସଲୁସନର କର୍ମଚାରୀ ବୃନ୍ଦ ।
କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥଲେ ଉତ୍କଳ ହେଲେଥ କେର ମୁଖ୍ୟ ସରୋଜ୍ କୁମାର ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ରଥ, ସ୍ୱସ୍ତି ସୁନ୍ଦର୍ ସୀୟ, ଟିମ୍ ୟୁନିଟି ଓଡ଼ିଶା ମୁଖ୍ୟ ଓ ନିଡସ୍ ଆୟୁର୍ବେଦ ଉପସ୍ଥାପକ ପିଣ୍ଟୁ ମହୋଦୟ ।
ଏହି ଶିବିର ରେ ୮୦ରୁ ଉର୍ଦ୍ଧ ବ୍ୟକ୍ତି ଉପକୃତ ହୋଇଛନ୍ତି । ସ୍ବାସ୍ଥ୍ୟ ଶିବିର ରେ ଦେୟମୁକ୍ତରେ ସ୍ୱାସ୍ଥ୍ୟଗତ ସତର୍କତା, କେତେକ ଜରୁରୀ ଔଷଧ ସହିତ, ରକ୍ତଚାପ, ଓଜନ, ନାଡି, ଶର୍କରା, ୟୁରିକ୍ ଏସିଡ ପରୀକ୍ଷା କରାଯାଇଥିଲା ।
ଆର୍. ବି. ଏସ. କନ୍ସୁଲ୍ଟଟେନ୍ସୀ ତରଫରୁ ଏହା ପ୍ରଥମ ସ୍ବାସ୍ଥ୍ୟ ଶିବିର ଏବଂ ଆଗାମୀ ସମୟ ରେ ଉପାନ୍ତ ଅଂଚଳ ରେ କରିବା ଲାଗି ଯୋଜନା ରହିଛି , ତତ୍ ସହିତ ବ୍ଲଡ କ୍ୟାମ୍ପ, ଯୋଗ ଶିବିର, ବୀମା ମେଳା ଇତ୍ୟାଦି ଅନୁଷ୍ଠିତ କରିବା ସକାଶେ ଆଶାୟୀ ଅଛନ୍ତି । ଏହିପରି ପଦକ୍ଷେପ କୁ ଘୁମୁସରବାସୀ ଧନ୍ୟବାଦ ଅର୍ପଣ କରିଛନ୍ତି ।