
ଭଂଜନଗର -୨୫/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ବ୍ରହ୍ମପୁର ସ୍ଥିତ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିବା “ଏକ ଭାରତ, ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ସଂକ୍ରାନ୍ତୀୟ ପ୍ରତିଯୋଗିତାରେ ଭଂଜନଗର କେନ୍ଦ୍ରୀୟ ବିଦ୍ୟାଳୟକୁ ସଫଳତା । ଆୟୋଜିତ କ୍ଳଷ୍ଟର ସ୍ତରୀୟ ପ୍ରତିଯୋଗିତାରେ, ଭଂଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ହୋଇଥିବା ଦଳଗତ ସଂଗୀତ ରେ ପ୍ରଥମ ଏବଂ ଦଳଗତ ନୃତ୍ୟ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ଛାତ୍ରଛାତ୍ରୀ । ଏହାସହ ଦଳଗତ ସଂଗୀତ ସକାଶେ, ଆଞ୍ଚଳିକ ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି ସଂପୃକ୍ତ ଛାତ୍ରଛାତ୍ରୀ । ବିଦ୍ୟାଳୟର ସଂଗୀତ ଶିକ୍ଷକ ଅନୁପ୍ କୁମାର ସିଂ, ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ଖୁଣ୍ଟିଆ ଏବଂ ସୁମନ୍ କୁମାରୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏହି ସଫଳତା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମହଲରେ ଖୁସି ପ୍ରକାଶ ପାଇଛି । ଏହାସହ ଅଧ୍ୟକ୍ଷ ପ୍ରଦୀପ କୁମାର କାମାନୁ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।