ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ରାଜ୍ୟ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ସଫଳତାର ସହ ସମ୍ପନ୍ନ: ସମସ୍ତଙ୍କୁ ସାଧାରଣ ସମ୍ପାଦକ କବିରାଜ ପାତ୍ରଙ୍କ ଆନ୍ତରିକ ଧନ୍ୟବାଦ

ଭୁବନେଶ୍ୱର ୨୭/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ରାଜ୍ୟ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହିତ ସୂରୁଖୁରୁରେ ସମ୍ପାଦିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକର ସଫଳ ଆୟୋଜନ ପରେ ସଂଘର ସାଧାରଣ ସମ୍ପାଦକ ଶ୍ରୀ କବିରାଜ ପାତ୍ର ସମସ୍ତ ସଦସ୍ୟ, କର୍ମକର୍ତ୍ତା ଓ ସହଯୋଗୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ଗଞ୍ଜାମ ଜିଲ୍ଲା ର କିଛି ନୂତନ କର୍ମକର୍ତ୍ତା ରାଜ୍ୟ ସଭାପତି ମନୋଜ ସଭାପତି ମନୋନୀତ କରିଛନ୍ତି, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମଣ୍ଡଳ ନୂତନ ଉପସଭାପତି ଭାବେ କେ. ସତ୍ୟନାରାୟଣ ରେଡ଼ି, ବ୍ରହ୍ମପୁର ମଣ୍ଡଳ ସହସମ୍ପାଦକ ଭାବେ ମନୋଜ କୁମାର କୁଣ୍ଡ ମନୋନୀତ ହୋଇଥିବା ବେଳେ, ଓଡ଼ିଏମଏମ ର ଗଞ୍ଜାମ ଜିଲ୍ଲା ଘୁମୁସର ମଣ୍ଡଳ ନୂତନ ଉପସଭାପତି ଭାବେ ଵି. ପ୍ରକାଶଚନ୍ଦ୍ର ପାତ୍ର, ଗଞ୍ଜାମ ଜିଲ୍ଲା ଘୁମୁସର ମଣ୍ଡଳ ନୂତନ ସମ୍ପାଦକ ଭାବେ ଲୋକନାଥ ମହାନ୍ତି, ଗଞ୍ଜାମ ଜିଲ୍ଲା ଘୁମୁସର ମଣ୍ଡଳ ନୂତନ ସହ ସମ୍ପାଦକ ଭାବେ ଶଙ୍କର ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଲା ଘୁମୁସର ମଣ୍ଡଳ ନୂତନ ସହ ସମ୍ପାଦକ ଅରକ୍ଷିତ ପରିଛା ଙ୍କୁ ରାଜ୍ୟ ସଭାପତି ଶ୍ରୀ ଶତପଥୀ ମନୋନୀତ କରିଛନ୍ତି । ପୂର୍ବରୁ ଗଞ୍ଜାମ ଜିଲ୍ଲା ରେ ଥିବା ସମସ୍ତ କର୍ମକର୍ତା ଗଣ ଅପରିବର୍ତ୍ତିତ ରହିଛନ୍ତି। ପୂର୍ବରୁ ଉପସଭାପତି ଥିବା ସୁବ୍ରତ କୁମାର ଦାଶଙ୍କୁ ଜିଲ୍ଲାର ଘୁମୁସର ମଣ୍ଡଳ ଉପସଭାପତି ଏବଂ ନିଗମାନନ୍ଦ ପଣ୍ଡା ଙ୍କୁ ବ୍ରହ୍ମପୁର ମଣ୍ଡଳ ଉପସଭାପତି ଦାୟିତ୍ୱ ଦିଆଯାଇଛି । ସେହିପରି ସମ୍ପାଦକ ବିନୋଦ କୁମାର ପଣ୍ଡାଙ୍କୁ ବ୍ରହ୍ମପୁର ମଣ୍ଡଳ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି।
​ଏକ ସଂଘୀୟ ବାର୍ତ୍ତା ଦେଇ ଶ୍ରୀ ପାତ୍ର କହିଛନ୍ତି ଯେ, ସମସ୍ତ ଜିଲ୍ଲା ସଭାପତି, ସମ୍ପାଦକ, ରାଜ୍ୟ ସ୍ତରୀୟ ପଦାଧିକାରୀ, କୋର୍ କମିଟି, ଲିଗାଲ ସେଲ୍, ମହିଳା ସେଲ୍ ଏବଂ କାର୍ଯ୍ୟକର୍ତ୍ତାଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଆଜିର ଏହି ବୈଠକ ସଫଳ ହୋଇପାରିଛି।
​ଏଥିସହିତ ବୈଠକରେ ଯୋଗଦେଇଥିବା ସମସ୍ତ ଆମନ୍ତ୍ରିତ ଅତିଥି, ମିଡ଼ିଆ ବନ୍ଧୁ, ଆୟୋଜନରେ ସହଯୋଗ କରିଥିବା କେଟରିଂ ଭାଇ ଓ ପ୍ରତ୍ୟକ୍ଷ/ପରୋକ୍ଷ ଭାବେ ଜଡ଼ିତ ସମସ୍ତ କର୍ମକର୍ତ୍ତାଙ୍କୁ ସେ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି।
​ସାଧାରଣ ସମ୍ପାଦକ ଆଶା ପ୍ରକାଶ କରିଛନ୍ତି ଯେ, “ଆଗାମୀ ଦିନରେ ସମସ୍ତଙ୍କ ଏହିପରି ଏକତା ଓ ସହଯୋଗ ବଜାୟ ରହିଲେ, ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ଆହୁରି ଅଗ୍ରଗତି କରିବ ଏବଂ ଓଡ଼ିଶାର ଗଣମାଧ୍ୟମ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ଓ ନିଆରା ପରିଚୟ ସୃଷ୍ଟି କରିବ।”